Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭଦ୍ରକରୁ ପୁଣି ୧୧୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

18/06/2021 at 1:30 PM

ଭଦ୍ରକ ୧୮/୬ : ଭଦ୍ରକରେ ଥମୁନି ଧଳାଜହର କାରବାର । ବାଇକରେ ବ୍ରାଉନସୁଗାର ଚାଲାଣ ବେଳେ ମାଡି ବସିଲା ପୋଲିସ । ଦୁଇ ଅଭିଯୁକ୍ତଙ୍କ ନିକଟ ରୁ ଜବତ ହେଲା ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ସୂଚନା ଯୋଗ୍ୟ ଯେ ପୁରୁଣାବଜାର ପୋଲିସ ଦ୍ବାରା ସନ୍ଥିଆ ବ୍ରିଜ ନିକଟରୁ ‍୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଯୁବକ ଧରାପଡିଛନ୍ତି ।

ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ଗିରଫ ଯୁବକ ହେଲେ ନଙ୍ଗାମହଲାର ଜମାଲଉଦ୍ଦିନ ଖାନ ଓ ନିଳକଣ୍ଠପୁରର ଏସକେ ରଫିକ । ଚଢ଼ାଉ ବେଳେ ଏକ ବାଇକ ସହ ବ୍ରାଉନସୁଗାର ପାଇଁ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ତେବେ ଅଧିକ ଖୋଳତାଡ଼ ଆରମ୍ଭ କରିଛି ଭଦ୍ରକ ପୋଲିସ ।

   Related Posts