Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭଦ୍ରକରୁ ୩୦ ଲକ୍ଷର ବ୍ରାଉନସୁଗାର ଜବତ: ୨ ଗିରଫ, ଖସିଗଲା ମୁଖ୍ୟ ଅଭିଯୁକ୍ତ

21/04/2021 at 2:26 PM

ଭଦ୍ରକ ୨୧/୪: ଭଦ୍ରକରୁ ଚୋରା ଚାଲାଣ ବେଳେ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ । ପୋଲିସକୁ ଚକମା ଦେଇ ଦେଖି ଖସିଗଲା ମୁଖ୍ୟ ଅଭିଯୁକ୍ତ, ଧରାପଡିଲେ ୨ ଜଣ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ । ସୂଚନାଯୋଗ୍ୟ ଯେ ଧରାପଡିଥିବା ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲାର ।

ନମ୍ବର ବିହୀନ ଆପାଚୀରେ ୩ ଜଣ ଯୁବକ ଜଳେଶ୍ଵରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିବା ଗ୍ରାମାଞ୍ଚଳ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଫଳରେ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ କାବୁ କରିବାରେ ସକ୍ଷମ ହୋଇଥିଲା । ତେବେ ପୋଲିସ ଦେଖି ମୁଖ୍ୟ ଅଭିଯୁକ୍ତ ତପନ ମଲ୍ଲିକ ଗାଡି ଛାଡି ଦଉଡି ପଳାଇଥିଲା ।

ପରେ ଗ୍ରାମାଞ୍ଚଳ ପୋଲିସ ଗୋଡାଇ ଗୋଡାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ବାଂଶଡା ଥାନା ମାଣିପୁର ଗାଁ ର ଶ୍ରୀକାନ୍ତ ଦାସ ଓ ତିହିଡି ଥାନା ପାଳିଆ , ଜିଝାରପୁର ଅଞ୍ଚଳ ର ସଞ୍ଜୟ ମଲ୍ଲିକ । ତେବେ ଫେରାର ଅଭିଯୁକ୍ତ ତପନ ମଲ୍ଲିକକୁ ପୋଲିସ ଖୋଜୁଛି ।

   Related Posts