ବ୍ରାଉନସୁଗାର ରାକେଟ୍ ଠାବ, ୧୦ ଗ୍ରାମ୍ ବ୍ରାଉନସୁଗାର ସହ ୩ ଗିରଫ

Published By : Prameya-News7 Bureau | August 02, 2019 IST

ଯାଜପୁର ୨|୮: ଯାଜପୁର ରୋଡ୍ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ରାକେଟ୍ ଠାବ ହୋଇଛି । ୧୦ ଗ୍ରାମ୍ ବ୍ରାଉନ ସୁଗାର ସହ ୩ ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଜବତ ସହ ନଗଦ ୨୧ ହଜାର ଟଙ୍କା ଜବତ କରିଛି ପୋଲିସ ।

{"id":139982}

ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁରର ମଣ୍ଟୁ ଓରଫ ଦିଲ୍ଲୀପ ମହାନ୍ତି, ଦଳା ଅଞ୍ଚଳର ସଞ୍ଜିତ ସିଂ, ରାଇସମିଲ ଅଞ୍ଚଳର ବାରିସା ମୁର୍ମୁ । ଏମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ଅପରାଧ ଘଟାଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.