ପୋଲିସକୁ ଚକମା ଦେଇ ଖସିଯାଉଥିଲା, ଶେଷରେ ଧରାପଡିଲା ଧଳା ଜହର ଲିଙ୍କ୍ ଘଟଣାର ମାଷ୍ଟର ମାଇଣ୍ଡ

Published By : Prameya-News7 Bureau | June 27, 2021 IST

ଜଳେଶ୍ବର ୨୭/୬: ଜଳେଶ୍ୱରରେ ବ୍ରାଉନ ସୁଗର କାରବାରର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ହେଉଛନ୍ତି ଜଳେଶ୍ଵର ଥାନା ଝାଡେଶ୍ୱରପୁର ଗ୍ରାମର ୩୫ ସେକ୍ ଅଲ୍ଲୀ ଅଜଗର ହୋଇଥିବା ବେଳେ ତାଙ୍କର ଅନ୍ୟ ଗୋଟିଏ ଘର ବସ୍ତା ଥାନା ମସଡାରେ ରହିଛି । ଗିରଫ ଯୁବକ ଜଣକ ଏହି କାରବାର ମାଷ୍ଟର ମାଇଣ୍ଡ ଥିବା ପୋଲିସକୁ ବହୁ ପୂର୍ବରୁ ସୁରାକ ମିଳିଥିଲା ।

ଉଭୟ ବସ୍ତାର ମସଡା ଓ ଜଳେଶ୍ଵର ଝଡେଶ୍ୱର ପୁରରେ ଏହି ଯୁବକ ଜଣକ ରହି ବିଭିନ୍ନ ସମୟରେ ପୋଲିସ ଓ ଏସଟିଏଫକୁ ଚକମା ଦେଉଥିଲା ଏହି ଯୁବକ ଜଣକ । ଗତ ମେ ମାସ ୧୯ ତାରିଖରେ ନୀଳଗିରି ଥାନା ସୋଜନା ଗଡ ଅଞ୍ଚଳର ଯୁବକ ବସ୍ତା ଥାନା ଅମର୍ଦ୍ଦାରୋଡ୍ ଫାଣ୍ଡି ଅଞ୍ଚଳ ବାଇତପଡା ଦେଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ସନ୍ଦେହରେ ଉକ୍ତ ଯୁବକକୁ ଅଟକ ରଖିଥିଲେ ।

ପରେ ତା ନିକଟରୁ ବ୍ରାଉନ ସୁଗର ଥିବା ନେଇ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ର ତଦନ୍ତରେ ପୋଲିସ ଯୁବକ ନିକଟରୁ ୬୨ ଗ୍ରାମର ବ୍ରାଉନ ସୂଗର ଜବତ କରିଛି । ତେବେ ଏହି ଘଟଣାରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ ପୋଲିସ ଚଳାଇଛି । ପୂର୍ବରୁ ପରେ ଅଜଗରର ସଂପୃକ୍ତି ନେଇ ପୋଲିସ ସୁରାକ ପାଇ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଗତ ଗୁରୁବାର ରାତିରେ ସେ ମସଡ଼ାରେ ଥିବା ଜାଣି ତଦନ୍ତ ଅଧିକାରୀ ପ୍ରଶାନ୍ତ ପାଣି ସଦଳ ବଳେ ଅଜଗର ଘରେ ଚଢ଼ାଉ କରି ତାକୁ ଧରିବାରେ ସଫଳ ହୋଇଥିଲେ । ଅଜଗର ନାମରେ ବସ୍ତା ଥାନା କେସ ନଂ ୧୬୪/୨୧ରେ ମାମଲା ରୁଜୁ କରାଯାଇଛି । ପରେ ସେଖ ଅଲ୍ଲୀ ଅଜଗରକୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.