ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ

Published By : Prameya-News7 Bureau | October 19, 2021 IST

ଜଳେଶ୍ୱର, ୧୯/୧୦:  ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ । ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଧଳାଜହର ଜବତ କରାଯାଇଛି ।

ଜବତ ବ୍ରାଉନସୁଗାରର ମୂଲ୍ୟ  ପାଖାପାଖି ଅଢେଇ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଦୁଇ ମହିଳା ସମେତ ୩ଅଟକ ରହିଛନ୍ତି । ଯୁବକ ଜଣକ ହେଲେ ମୁକ୍ତାର ଅଲ୍ଲୀ ଖାଁ ଏବଂ ତାଙ୍କ ସ୍ତ୍ରୀ ଓ ଶାଶୁ  ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ବ୍ରାଉନ ସୁଗାର କାରବାର ପୋଲିସ ଏବଂ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି । ସୋମବାର କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ  ଷ୍ଟେସନ ବଜାର ସ୍ଥିତ ହୋଟେଲ ଡାଇମଣ୍ଡ ଉପରେ ଚଢ଼ଉ କରିଥିଲେ । ଚଢ଼ାଉ କରି  ୨କିଲୋ୪୦୦ଗ୍ରାମରୁ ଉର୍ଦ୍ଧ୍ୱ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହିତଦୁଇ ମହିଳା ସମେତ  ୩ ଜଣକୁ ଅଟକ ରଖିଛି  । ଅଟକ  ଯୁବକ ଜଣକ ହେଲେ ଡାଇମଣ୍ଡ ହୋଟେଲ ମାଲିକ ମୁକ୍ତାର ଅଲ୍ଲୀ ଖାଁ ତାଙ୍କ ସ୍ତ୍ରୀ ଓ ଶାଶୁ । ଜବତ ବ୍ରାଉନ ସୁଗାରର  ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.