ସୁନ୍ଦରଗଡ ଅଞ୍ଚଳରୁ ବ୍ରାଉନସୁଗାର ଓ ଗଞ୍ଜେଇ ଜବତ, ଯୁବତୀଙ୍କ ସମେତ ୨ ଗିରଫ

Published By : Prameya-News7 Bureau | July 27, 2021 IST

ସୁନ୍ଦରଗଡ ୨୭।୭: ସୁନ୍ଦରଗଡ ଅଞ୍ଚଳରୁ ୧.୫୦୦ ମିଲିଗ୍ରାମ୍ ବ୍ରାଉନସୁଗାର ଓ ୬,୫୦୦ କେଜି ଗଞ୍ଜେଇ ସହ ୧୦ ହଜାର ଟଙ୍କା ଜବତ । ଏହାସହ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ଟାଉନ ଅଞ୍ଚଳର ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

{"id":486689,"width":749,"height":599,"sizeSlug":"large","linkDestination":"none"}

କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ କିଛି ଡ୍ରଗ୍ସ ଧରା ପଡ଼ିଥିଲା । ପୋଲିସ ଜଣକୁ ଗିରଫ କରିଥିଲା । ଗତ ତିନି ଦିନ ପୂର୍ବରୁ ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ବ୍ରାଉନସୁଗାର ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.