ପୋଲିସ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ, ଦେଢ ଲକ୍ଷ ଟଙ୍କାର ଧଳା ଜହର ଜବତ

Published By : Prameya-News7 Bureau | April 09, 2021 IST

ସମ୍ବଲପୁର, ୦୯/୦୪: ସମ୍ବଲପୁର ପୋଲିସକୁ ବଡ ସଫଳତା । ଧରାପଡିଲେ ୩  ବ୍ରାଉନ ସୁଗାର ବେପାରୀ । ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା ସମ୍ବଲପୁର ସାହୁ କଲୋନୀରୁ  ୭.୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।

ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି  । ଅଭିଯୁକ୍ତମାନେ ହେଲେ ସମ୍ବଲପୁର ମୋତିଝରଣର ମହମ୍ମଦ ଆରିଫ, ଚାରଭାଟିର ବିକାଶ ଡୁଡକିଆ ଓ ପଟ୍ଟାନାୟକପାଦର ବଣ୍ଟି ପ୍ରଧାନ । ଏମାନଙ୍କଠାରୁ ପୋଲିସ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗର ଜବତ କରିଛି | ଏହା ସହ ୨ଟି ମୋଟର ସାଇକେଲ, ତିନୋଟି ମୋବାଇଲ ଫୋନ, ୩୭୪୦ ଟଙ୍କା ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ସହରର ବିଭିନ୍ନ ଡ୍ରଗସ ସେବନକାରୀଙ୍କୁ ଏହା ବିକ୍ରୟ କରିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.