Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଜଣେ ପୁଅର ମୃତଦେହ ସହ ଅନ୍ୟ ୩ ପୁଅଙ୍କୁ ଘରେ ବନ୍ଦ କରି ଚାଲିଗଲେ ମା ଓ ତାଙ୍କ ପ୍ରେମିକ, ଗନ୍ଧ ଓ ଭୋକରେ ଦରମରା ଅବସ୍ଥାରେ…

2/11/2021 at 8:16 PM

ଟେକ୍ସାସ ୦୨/୧୧: ମୃତ ପୁଅ ପାଖରେ ୩ ପୁଅଙ୍କୁ ଛାଡ଼ି ପ୍ରେମିକ ସହ ଅନ୍ୟତ୍ର ରହିଲା ମା’। ଗୋଟିଏ କି ଦୁଇ ଦିନର କଥା ନୁହେଁ ମାସ ମାସ ଧରି ୩ ଭାଇ ନିଜ ଭାଇର ଶବ ସହ ରହିଲେ । ନା ଖାଇବାକୁ ସେମିତି କିଛି ମିଳୁଥିଲା ନା ଅନ୍ଧାର କୋଠରୀ ଭିତରେ ବଞ୍ଚି ରହିବାକୁ ଆଉ ଆତ୍ମବିଶ୍ବାସ ଥିଲା। ତଥାପି ତିନି ଭାଇ ପରଷ୍ପରକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ। ଏମିତି ଅନେକ ମାସ ବିତିଯିବା ପରେ ଆପାର୍ଟମେଣ୍ଟ ଭିତରୁ ଶବ ସହ ତିନି ଭାଇଙ୍କୁ ଡଦ୍ଧାର କରାଯାଇଛି। ମୃତଦେହ ପଚି ଗନ୍ଧ ହେଉଥିବା ବେଳେ ଜୀବିତ ଭାଇମାନେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛନ୍ତି। ସେପଟେ ଅପରାଧୀ ମା ନିଜ ପ୍ରେମିକକୁ ଧରି ବଡ଼ ଆରାମରେ ରହୁଛି।

୩୫ ବର୍ଷୀୟା ଗ୍ଲୋରିଆ ଓ୍ବିଲିୟମ୍ସ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତାର ୩୧ ବର୍ଷୀୟ ପ୍ରେମିକ ବ୍ରାୟନ କଲଟର ମଧ୍ୟ ଜଣେ ହତ୍ୟାକାରୀ। କଲଟର ଗ୍ଲୋରିଆର ୮ ବର୍ଷର ପୁଅ କେଣ୍ଡରିକ୍‌ ଲିଙ୍କୁ ହତ୍ୟା କରିଥିଲା ବୋଲି ମଧ୍ୟ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗ୍ଲୋରିଆ ନିଜର ଜଣେ ପୁଅର ମୃତଦେହକୁ ବେଡସିଟ୍‌ରେ ଘୋଡ଼ାଇ ରଖିବା ସହ ଜୀବିତ ୩ ପୁଅଙ୍କୁ ଘରେ ବନ୍ଦ କରି ପ୍ରେମିକ କଲଟର ସହ ଅନ୍ୟତ୍ର ଯାଇ ରହିଥିଲା।

ପାଖାପାଖି ବର୍ଷେ ଶବ ସହ ତିନି ଭାଇ ରହିବା ପରେ ଉଦ୍ଧାର ହୋଇଛନ୍ତି। ପ୍ରତିମାସରେ ଗ୍ଲୋରିଆ ତାର ପିଲାମାନଙ୍କୁ ରାସନ ସାମଗ୍ରୀ ଦେଇ ଆସୁଥିଲା ବୋଲି କୁହାଯାଉଛି। କିନ୍ତୁ ତାକୁ ଏନେଇ ପଚରାଯିବାରୁ ସେ କହିଛି, ପ୍ରତି ଦୁଇ ସପ୍ତାହରେ ମୁଁ ମୋ ପିଲାଙ୍କୁ ଦେଖା କରୁଥିଲି। ରବିବାର ଦିନ ଓ୍ବିଲିୟମ୍ସର ୧୫ ବର୍ଷର ନାବାଳକ ପୁଅ ଫୋନ୍‌ କରି ପୋଲିସକୁ କହିବା ପରେ  ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ନାବାଳକଙ୍କ ମତରେ ସେମାନେ କେବଳ ସ୍ନାକ୍ସ ଖାଇ ବଞ୍ଚିଥି​‌ଲେ। ଡେଲିଷ୍ଟାରରେ ପ୍ରକାଶିତ ଖବର ଅନୁସାରେ, ଘଟଣାଟି ଆମେରିକାର ଟେକ୍ସାସ ସହରରେ ଘଟିଛି। ଜଣେ ଅଧିକାରୀଙ୍କ ମତରେ ଏମିତି ହୃଦୟବିଦାରକ ଘଟଣା ଆଘରୁ କେବେ ଦେଖିବାକୁ ମିଳିନଥିଲା। ସଢ଼ି ଯାଇଥିବା ଶବ ପାଖରେ ୩ ଜଣ କେମିତି ରହିଥିବେ ଭାବିଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ପିଲାମାନେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥାଇ ମଧ୍ୟ ପରଷ୍ପରକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ବୋଲି ସେ କହିଛନ୍ତି। କିନ୍ତୁ କେଣ୍ଡରିକ୍‌ ଲିଙ୍କ ହତ୍ୟା ପଛର କାରଣ ସମ୍ପର୍କରେ  ଜାଣିବାକୁ ପୋଲିସ ତଦନ୍ତ କରୁଛି।

   Related Posts