ବିଜେଡି ବିଧାୟକ ଭାବେ ନିର୍ବାଚିତ ହେଲେ ଭାଇ-ଭଉଣୀ, ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା

Published By : Prameya-News7 Bureau | May 24, 2019 IST

ନବରଙ୍ଗପୁର ୨୪|୫: ରାଜନୀତିରେ ପରିବାରବାଦ କିଛି ନୂଆଁ କଥା ନୁହେଁ । କେତେବେଳେ ବାପ ପୁଅ ତ ଆଉ କେତେବେଳେ ସ୍ଵାମୀ ସ୍ତ୍ରୀ ନିର୍ବାଚନ ଲଢ଼ି ଜିତିଛନ୍ତି । କିନ୍ତୁ ଏଥର ଆମ ରାଜ୍ୟରେ ଭାଈ ଭଉଣୀ ନିର୍ବାଚନ ଲଢି ବିଧାନସଭାକୁ ପ୍ରବେଶ କରିବାକୁ ଯାଉଛନ୍ତି । ଉଭୟେ ବିଜେଡି ଟିକଟରେ ନିର୍ବାଚନ ଲଢି ଜିତିଛନ୍ତି । ଏମାନେ ହେଲେ କୋଟପାଡ ଆସନରୁ ଜିତିଥିବା ପଦ୍ମୀନି ଦିଆନ ଓ ଡାବୁଗାଁରୁ ଜିତିଥିବା ମନୋହର ରନ୍ଧାରୀ ।

{"id":115567}

ଗାନ୍ଧି ଭାଇ ଭଉଣୀ ସିନା କଂଗ୍ରେସ ଡଙ୍ଗାକୁ ପାର କରାଇବାରେ ଫେଲ୍‌ ମାରିଲେ । ହେଲେ ଓଡିଶାରେ ଦୁଇ ଭାଇ ଭଉଣୀ କିନ୍ତୁ ଫେଲ୍‌ ମାରି ନାନାହାନ୍ତି । ବିଧାନସଭାକୁ ଓ ଏଥର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଭାଇ ଭଉଣୀ ।ସେମାନେ ହେଲେ କୋଟପାଡ ନିର୍ବାଚନ ମଣ୍ଡଳୀରୁ ବିଜୟୀ ପ୍ରାର୍ଥୀ ପଦ୍ମିନୀ ଦିଆନ ଓ ଡାବୁଗାଁରୁ ଜିତିଥିବା ମନୋହର ରନ୍ଧାରୀ । ଉଭୟେ ଏଥର ବିଜେଡି ଟିକଟରୁ ନିର୍ବାଚନ ଜିତିଛନ୍ତି । ମନୋହର ପୂର୍ବରୁ ୨ଥର ନବରଙ୍ଗପୁରରୁ ଜିତିଥିବା ବେଳେ ଏଥର ଡାବାଗାଁରୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା ।

{"id":115570}

ସେପଟେ ପଦ୍ମୀନି ପ୍ରଥମ ଥର ନିର୍ବାଚନ ଲଢି କଂଗ୍ରେସ ଗଡରେ ବିଜୟୀ ହୋଇଛନ୍ତି। ପଦ୍ମୀନି କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀଙ୍କୁ ହରାଇଥିବା ବେଳେ ମନୋହର ରନ୍ଧାରୀ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀଙ୍କୁ ପରାସ୍ତ କରିଛନ୍ତି । ଏମାନଙ୍କ ପରିବାରରୁ ପୂର୍ବରୁ ରାଜନୀତିରେ କେହି ଜଡ଼ିତ ନଥିଲେ । ଉଭୟ କେବେ ବିଧାୟକ ହେବେ ବୋଲି ଭାବିନଥିବା କହିଛନ୍ତି ।

{"id":115568}

ପଦ୍ନିନୀ ଗତ ୨୦୧୪ରେ ବିଜେଡି ଟିକଟ ଆଶାୟୀ ଥିଲେ। ହେଲେ ସେତେବେଳେ ତାଙ୍କୁ ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ ବି ପରେ କିନ୍ତୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ । ସେହିପରି ସରକାରୀ ଚାକିରୀ ଛାଡି ନବରଙ୍ଗପୁରରୁ ବିଜେଡି ଟିକଟରେ ୨ଥର ନିର୍ବାଚନ ଲଢିଥିବା ମନୋହର ରନ୍ଧାରୀଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇଛି। ଭାଇ ଏଥରକୁ ମିଶାଇ ୩ଥର ବିଧାୟକ ହୋଇଥିବା ବେଳେ ଭଉଣୀ ପ୍ରଥମ ଥର ପାଇଁ ଜିତିଛନ୍ତି । ତେଣୁ ଅଭିଜ୍ଞ ଭାଇଙ୍କଠାରୁ ଆବଶ୍ୟକ ସ୍ଥଳେ ପରାମର୍ଶ ନେବେ ବୋଲି କହିଛନ୍ତି ଭଉଣୀ ପଦ୍ମୀନି। ଆଉ ଏଥିପାଇଁ ଭାଇ ବି ପୁରା ପ୍ରସ୍ତୁତ ।

{"id":115569}

ଆଦିବାସୀ ସଂପ୍ରଦାୟର ଦୁଇ ଭାଇ ଭଉଣୀ ବିଧାୟକ ହୋଇ ଏକାଥରେ ବିଧାନସଭାକୁ ଯିବା ରାଜ୍ୟରେ ପ୍ରଥମ ଘଟଣା । ତେବେ ଏମାନେ ବିଧାସଭାରେ ତାଳମେଳ ରଖି ଲୋକଙ୍କ ପାଇଁ କିପରି କାମ କରୁଛନ୍ତି ତାହା ହିଁ ଦେଖିବାର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.