Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ଏଠାରେ ହୋଇଥାଏ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ : ପ୍ରଥା ବନ୍ଦ ପାଇଁ ଚାଲିଛି ଉଦ୍ୟମ

27/12/2018 at 1:50 PM

ବସ୍ତର ୨୭/୧୨: ଆମ ଦେଶରେ ବିଭିନ୍ନ ପ୍ରକାର ଅନ୍ଧବିଶ୍ବାସ ରହିଛି । ଏହି ସବୁ ଅନ୍ଧବିଶ୍ବାସଗୁଡ଼ିକୁ ମଧ୍ୟ ଲୋକେ ନିଷ୍ଠାର ସହ ମାନି ଥାଆନ୍ତି। ଭାରତରେ ଆଜି ମଧ୍ୟ ଅନ୍ଧବିଶ୍ବାସୀ ପରମ୍ପରା ଜାରି ରହିଛି। ଏହିପରି ଏକ ପରମ୍ପରା ବିଷୟରେ ଆଜି ଆମେ ଜାଣିବା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଏଭଳି କାମ କରିବାକୁ ପଛାନ୍ତି ନାହିଁ।

ଛତିଶଗଡ଼ର ବସ୍ତର ଅଞ୍ଚଳର କାଙ୍ଗେରଘାଟିରେ ଏହିପରି ଏକ ପରମ୍ପରା ରହିଛି। ଯାହା ଜାଣିଲେ ବପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ। ଆପଣ ଏହାକୁ ବିଶ୍ବାସ କରିପାରିବେ ନାହିଁ। ପରମ୍ପରା ନାଁରେ ପାଣିକୁ ସାକ୍ଷୀ ରଖି ଏଠାରେ ଭାଇ ସହ ଭଉଣୀଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ।

ଭାଇ ଭଉଣୀଙ୍କର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ହିସାବରେ ଜଣାଯାଉଥିବାବେଳେ ଏଠାରେ ଭାଇ ଭଉଣୀ ବିବାହ କରିଥାନ୍ତି। ଏଠାରେ ଧୁରବା ସମ୍ପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ମାନିଥାଆନ୍ତି। ଏହି ସମ୍ପ୍ରଦାୟର ଲୋକମାନେ ନିଜ ଝିଅର ବିବାହ ପିଉସୀ ପୁଅ ଭାଇ କିମ୍ବା ମାଉସୀ ପୁଅ ଭାଇଙ୍କ ସହ କରାଇଥାନ୍ତି। ଯଦି ଏମାନେ ବିବାହ ନ କରିଥାଆନ୍ତି ତେବେ ଏମାନଙ୍କୁ ଦଣ୍ଡ ଦିଆଯାଇଥାଏ।

ଯଦି କେହି ବିାହ କରିବାକୁ ମନା କରିଥାଆନ୍ତି ତେବେ ସେମାନଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଲୋକମାନେ ସଚେତନ ହେବା ସହ ଧୀରେ ଧୀରେ ଏହି ପରମ୍ପରାକୁ ମୂଳୋତ୍ପାଟନ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ତଥାପି ଏପରି ଲୋକ ମଧ୍ୟ ରହିଛନ୍ତି ଯେଉଁମାନେ ଏଥିରୁ ନିବୃତ୍ତ ହେବାକୁ ଚାହୁଁନାହାନ୍ତି।    

   Related Posts