ନଦୀରେ ବୁଡି ଯାଇ ଭାଇ ଭଉଣୀ ମୃତ

Published By : Prameya-News7 Bureau | July 12, 2018 IST

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଖରଖାଇ ନଦୀରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି | ଗାଧୋଉଥିବା ବେଳେ ଗଭୀର ପାଣି ଭିତରେ ଭାଇ ବୁଡ଼ିଯିବାରୁ ସାନ ଭାଇକୁ ରକ୍ଷା କରିବାକୁ ଭଉଣୀ ନଦୀକୁ ଡେଇଁ ପଡିଥିଲା | ତେବେ ଭଉଣୀ ମଧ୍ୟ ପାଣିରେ ବୁଡି ଯାଇଥିଲା | ମୃତକ ଦୁଇଜଣ ହେଲେ ହୀନ ଗୁଜରାତି ଓ ନାନୁ ଗୁଜରାତି | ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ | ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.