Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ହଜିଗଲା ମାନବିକତା : କରୋନାର ଚିହ୍ନ ନଥିଲେ ବି ସମ୍ପର୍କୀୟଙ୍କୁ ଛୁଇଁଲେନି ସାହିଭାଇ, ଭାଇ-ଭଉଣୀ ଘୋଷାରି ଘୋଷାରି ମୃତଦେହକୁ ନେଲେ ମଶାଣୀ

1/07/2020 at 6:25 PM

ଗଂଜାମ ୦୧/୦୭ : ମଲା ମଲା ବୋଲି ସଭିଏଁ କାନ୍ଦିବେ କେହି ନଯିବେ ସଙ୍ଗର । ନା ଆସିଲେ ପଡ଼ୋଶୀ ନା ନିକଟ ସଂପର୍କୀୟ। କେହି ସାହସ କରିଲେନି ପାଖକୁ ଆସିବାକୁ। ଏମିତିକି ମଶାଣୀରେ ପୋଡିବାକୁ ବି ଜାଗା ଦେଲେନି। ଶେଷରେ ଭାଇ ଭଉଣୀ ମୃତଦେହକୁ ଘୋଷାରି ଘୋଷାରି ନେଇ ନଦୀ ପଠାରେ ପୋତିଦେଲେ । ଏହି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖରୁଡା ସାହିର ।  

ଏହି ସାହିର ସୋମାନଥ ପାତ୍ର କିଛି ଦିନ ହେଲା ଜ୍ଜ୍ବରରେ ପୀଡିତ ଥିଲା।  ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଭାଇ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍ ନେଇଥିଲେ। ହେଲେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଲା।  ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୋମନାଥଙ୍କୁ କରୋନା ହୋଇଥିବା ସନ୍ଦେହ କରି  ଗାଁ ଲୋକ ପାଖ ମାଡ଼ିଲେନି। ବାଧ୍ୟ ହୋଇ ଭାଇଭଉଣୀ ମୃତଦେହକୁ ଘୋଷାଡି ଘୋଷାଡି ନଦୀ ପଠାକୁ ନେଇ ସେଠାରେ ଗାତ ଖୋଳାଇ ପୋତି ଦେଇଥିଲେ।  ପ୍ରଶ୍ନ ହେଉଛି ସୋମନାଥଙ୍କ ମୃତ୍ୟୁ କୋଭିଡ ଯୋଗୁଁ ହୋଇଛି କି ନାହିଁ କାହିଁକି ପ୍ରଶାସନ ସ୍ପଷ୍ଟ କଲାନି। କାହିଁକି ଏମିତି ସ୍ଥିତି ଉପୁଜିଲା ଭାଇ ଭଉଣୀ ଘୋଷାରି ଘୋଷାରି ଦୟନୀୟ ଭାବେ ସଂସ୍କାର କଲେ।  

ମୃତକ ଜଣଙ୍କୁ ପ୍ରକୃତରେ କଣ ରୋଗ ହୋଇଥିଲା ତାହା କେହି ଜାଣିନାହାନ୍ତି।  କିନ୍ତୁ ସ୍ଥାନୀୟ ବାସିନ୍ଦା ଭୟରେ ଅଛନ୍ତି।  ତେବେ ମୃତଦେହ ପୋତିବା ପାଇଁ ପ୍ରଶାସନ ସହାୟତା କରିଥିବା କୁହାଯାଉଛି। ଯଦି ସହାୟତା କରିଥିଲା ତେବେ ଏଭଳି ମୃତଦେହକୁ ଘୋଷାରିବା ସ୍ଥିତି କାହିଁକି ଉପୁଜିଲା ପ୍ରଶ୍ନ ଉଠୁଛି।  

   Related Posts