Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘଟଗାଁରେ କାନ୍ଥ ଭୁଶୁଡି ଭାଇ ଭଉଣୀ ମୃତ, ମା ଓ ଆଉ ଜଣେ ଭଉଣୀ ଗୁରୁତର

10/09/2018 at 4:39 PM

ଘଟଗାଁ ୧୦/୯ : ଘଟଗାଁ ମନୋହରପୁରରେ ଅଭାବନୀୟ ଘଣ୍ଟା ଦେଖିବାକୁ ମିଳିଛି | କାନ୍ଥ ଭୁଶୁଡି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଓ ଅନ୍ୟ ଜଣେ ଭଉଣୀ ଗୁରୁତର ହୋଇଛନ୍ତି | ଗତକାଲି ରାତିରେ ମନୋହରପୁର ଗାଁର ଜଗା ମୁଣ୍ଡାଙ୍କ ପତ୍ନୀ ରୁକ୍ମଣୀ ମୁଣ୍ଡା ନିଜର ଦୁଇ ବର୍ଷର ପୁଅ ବବଲୁ ମୁଣ୍ଡା, ଝିଅ ଗୀତା ମୁଣ୍ଡା ଓ ହେମ ମୁଣ୍ଡାଙ୍କୁ ଧରି ଶୋଇଥିଲେ | ଘରର କାନ୍ଥ ଦୁର୍ବଳ ଥିବାରୁ ବିଳମ୍ବିତ ରାତିରେ ହଠାତ କଥା ଭୁଶୁଡି ତାଙ୍କ ଉପରେ ପଡିଯାଇଥିଲା | ଶବ୍ଦ ଶୁଣି ପଡୋଶୀମାନେ ଆସି ମାଟି କାନ୍ଥ ତଳୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ | ଘଟଣାସ୍ଥଳରେ ହିଁ ବବଲୁ ଓ ଗୀତାଙ୍କ ମୃତ୍ୟୁ ହୋଇସାରିଥିଲା | ଗୁରୁତର ରୁକ୍ମଣୀ ଓ ହେମଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଘଟଗାଁ ଭିଡିଓ ଓ ତହସିଲଦାର |

   Related Posts