Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସମ୍ପର୍କରେ ରକ୍ତର ଛିଟା : ଅହଙ୍କାର ଓ ଜମି ଅଧିକାର ହେଲା କାଳ, ସାଙ୍ଗ ସହ ମିଶି ଉଭଣୀକୁ ମାରିଲା ଭାଇ

10/05/2021 at 7:52 AM

ପଞ୍ଜାବ ୧୦/୫ : ପଞ୍ଜାବ ହୋଶିଆରପୁରରେ ଅହଙ୍କାରର ବଶବର୍ତ୍ତୀ ହୋଇ ସବୁ ସୀମା ଟପିଗଲା ଭାଇ । ଭୁଲିଗଲା ରକ୍ତର ସମ୍ପର୍କ । ରାକ୍ଷୀ ବାନ୍ଧି ଭଉଣୀ ଯେଉଁ ମାଗୁଥିଲା ସୁରକ୍ଷା । ତା ଦେବା ତ ଦୂରର କଥା, ସାମାନ୍ୟ ଜମି ପାଇଁ ଭଉଣୀକୁ ଜୀବନରୁ ମାରିଦେଲା ଭାଇ । ଘଟଣା ଘଟିଛି ପଞ୍ଜାବ ହୋଶିଆରପୁରରେ । ସାଙ୍ଗ ସହ ମିଶି ନିଜ ଭଉଣୀକୁ ୯ଟି ଗୁଳି ଫୁଟାଇ ବିଭତ୍ସ ହତ୍ୟା କରିଛି ।

ଏପ୍ରିଲ ୨୨ରେ, ହୋଶିଆରପୁରର ସିକ୍ରିରେ ମନପ୍ରୀତ ନାମକ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଏକ ବେଶ୍ ଚର୍ଚ୍ଚା ହୋଇଥିଲା । ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡର ରହସ୍ୟର ସମାଧାନ କରି ଜିଲ୍ଲା ପୋଲିସ ମୃତ ମନପ୍ରୀତଙ୍କର ସାନଭାଇ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି । ଏହାସହ ହତ୍ୟାରେ ବ୍ୟବହୃତ ବନ୍ଧୁକ ଏବଂ ୩ଟି ଗାଡି ମଧ୍ୟ ଜବତ କରିଛି ପୋଲିସ ।

ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ ଏସଏସପି ନବଜୋତ ସିଂ ମହଲ କହିଛନ୍ତି ଖାଦିଆଲା ସାଇନିଆନ ବାସିନ୍ଦା ମନପ୍ରୀତ ପ୍ରାୟ ୮ ବର୍ଷ ପୂର୍ବେ ହୋଶିଆରପୁରର ଖାଦିଆଲା ଗ୍ରାମରେ ରହୁଥିବା ପୱନଦୀପଙ୍କୁ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକଙ୍କ ସହ ବିବାଦ ହେବାରୁ ସେ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ । ଏପରିକି ମନପ୍ରୀତ ପୁଣିଥରେ ତାଙ୍କ ମାଆ ଘରକୁ ଯିବାକୁ ଚାହୁଁଥିଲେ । ହେଲେ ତାଙ୍କ ଭାଇ ଏସବୁକୁ ପସନ୍ଦ କରିନଥିଲା ଅର୍ଥାତ ଭଉଣୀ ଘରକୁ ଆସିବାକୁ ସେ ରାଜି ନଥିଲା । ଭାଇ ନିଜ ଭଉଣୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ, ଭଉଣୀ ଅଂଶର ଜମିକୁ ଦଖଲ କରିବା ଉଦ୍ଦେଶ୍ୟରେ ଏପରି କରିଥିବା ପୋଲିସ କହିଛି ।

   Related Posts