ଟ୍ୟୁସନ୍‌ ଆସିଥିବା ଶିଶୁକୁ ପର୍ଣ୍ଣ ଦେଖାଇ ଦୁଷ୍କର୍ମ କଲା ଶିକ୍ଷୟିତ୍ରୀଙ୍କ ବଡ଼ ଭାଇ, ମାଆ ଆଗରେ ସବୁ ବଖାଣିଲା ପୀଡ଼ିତା

Published By : Prameya-News7 Bureau | September 28, 2021 IST

ଭୋପାଳ, ୨୮/୦୯: ଦିନକୁ ଦିନ ଲୋମହର୍ଷଣକାରୀ ଦୁଷ୍କର୍ମ ଦେଶରେ ବଢ଼ିବାକୁ ଲାଗିଛି । ଯୌନ ପିପାସୁମାନେ ଛୋଟ ଛୋଟ ଶିଶୁଙ୍କ ସହ ଏଭଳି ଘଟଣା ଘଟାଉଛନ୍ତି, ଯାହା ଏ ସମାଜକୁ କଳଙ୍କିତ କରୁଛି । ଏପରି ଏକ ଘଟଣା ଭୋପାଳର ବିଲିଖରିଆ ଅଞ୍ଚଳରେ ଘଟିଛି । କେଜି ପାଠ ପଢ଼ୁଥିବା ଜଣେ ଶିଶୁ ସହିତ ଟ୍ୟୁସନ୍‌ କରିବାକୁ ଆସୁଥିବା ଯୁବତୀଙ୍କ ଭାଇ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇଛି ।

ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ଟ୍ୟୁସନ୍‌ କରୁଥିବା ଯୁବତୀ ବାହରକୁ ଯାଇଥିଲେ ଏବଂ ତାଙ୍କ ଭାଇ ଘରେ ଏକୁଟିଆ ଥିଲା ।  ପର୍ଣ୍ଣ ଫିଲ୍ମ ଦେଖି ସେ ଉକ୍ତ ଶିଶୁକୁ ଦୁଷ୍କର୍ମ କରିଥିଲା । ପରେ ପୋଲିସ୍‌ ଏହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ଭୋପାଳରେ ଅଙ୍କିତ୍‌ ମାଲବୀୟ ନାମକ ଏହି ଯୁବକ ତାର ଛୋଟ ଭଉଣୀ ସହିତ ରହୁଥିଲା । ଦ୍ୱାଦଶ ପଢ଼ିସାରିବା ପରେ ସେ ପିଜିସିଏ କୋର୍ସ କରିଥିଲା । ତାଙ୍କ ବାପା ମାଆ ଗୁଜୁରାଟରେ ରୁହନ୍ତି । ଛୋଟ ଭଉଣୀ ସେଠାରେ ଆଖପାଖରେ ଟ୍ୟୁସନ୍‌ କରନ୍ତି । ରବିବାର ଭଉଣୀ ତାର ସାଙ୍ଗ ଘରକୁ ଯାଇଥିବା ବେଳେ ଭାଇ ଅଙ୍କିତ୍‌କୁ ପିଲାଙ୍କୁ ପଢ଼ାଇଦେବାକୁ କହିଥିଲା । ସନ୍ଧ୍ୟାବେଳେ ତିନୋଟି ପିଲା ପଢ଼ିବାକୁ ଆସିଥିଲେ । ଦୁଇ ଜଣ ପଢ଼ିସାରି ଘରକୁ ଯାଇଥିବା ବେଳେ ଅଙ୍କିତ୍‌ କେଜି ପଢ଼ୁଥିବା ଶିଶୁକୁ ଚକୋଲେଟ୍‌ ଦେଇ ଘରେ ରଖିଥିଲା । ପର୍ଣ୍ଣ ଭିଡିଓ ଦେଖି ତା ସହିତ ସେ ଦୁଷ୍କର୍ମ କରିଥିଲା ।

ଝିଅଟି ଘରକୁ ଯିବା ପରେ ମାଆ ତାର କଣ ପାଠପଢ଼ିଛୁ ବୋଲି ପଚାରିଥିଲା । ଏହା ପରେ ଝିଅଟି ସମସ୍ତ ଘଟଣା ମାଆକୁ କହିଥିଲା । ଯାହାକୁ ନେଇ ମହିଳା ଜଣକ ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ ଉକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.