Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗୋଟିଏ ଝିଅକୁ ପ୍ରେମ କରୁଥିବାରୁ ଭାଇକୁ ହତ୍ୟାକଲା ଭାଇ, ଜଘନ୍ୟ ଭାବେ ଏପରି କରିଥିଲା ହତ୍ୟା

19/12/2019 at 10:21 PM

କାନପୁର୧୯/୧୨: ବଡ଼ ଭାଇଙ୍କୁ ହତ୍ୟା କଲା ସାନ ଭାଇ। ପ୍ରେମ ସଂପର୍କ କେନ୍ଦ୍ରକରି ଘଟିଥିଲା ଏଭଳି ଜଘନ୍ୟ ହତ୍ୟାକାଣ୍ତ। ନିଶାସକ୍ତ ଅବସ୍ଥାରେ ଥିବା ବେଳେ ବଡ଼ ଭାଇର ତଣ୍ଟି ଚିପି ହତ୍ୟା କଲା ସାନ ଭାଇ। ଗତ ଡିସେମ୍ବର ୧୮ ତାରିଖରେ  ହତ୍ୟା ଅଭିଯୋଗରେ ସାନ ଛୋଟୁକୁ  ପୋଲିସ ଗିରଫ କରିଛି। ବଡ଼ ଭାଇଙ୍କୁ କାହିଁକି ହତ୍ୟା କଲା ସାନ ଭାଇ?  ଦୁଇଭାଇଙ୍କ ଭିତରେ ଥିଲା ଘନିଷ୍ଠ ସଂପର୍କ। କେଉଁ ପରିସ୍ଥିତିରେ ବଡ଼ ଭାଇଙ୍କୁ ହତ୍ୟା କଲା ସାନ ଭାଇ। ଏହି ତମାମ ଘଟଣାର ପର୍ଦ୍ଦାଫାସ ପୋଲିସ କରିଛି । ଉତ୍ତରପ୍ରଦେଶର କାନପୁରରେ ଏଭଳି ଅଭବାନୀୟ ଘଟଣା ଘଟିଛି।

ଏହି ହତ୍ୟା ପଛର ପ୍ରକୃତ ରହସ୍ୟର ପର୍ଦ୍ଦାଫାସ କରଛି ପୋଲିସ। ପୋଲିସର ସୂଚନା ଅନୁସାରେ ସାନ ଭାଇର ପ୍ରେମିକାଙ୍କ ସହ ବଡ଼ ଭାଇର ଥିଲା ଅବୈଧ ସଂପର୍କ।  ଏହି କଥା ଯୁବତୀର ପ୍ରେମିକ ଅର୍ଥାତ ମୃତ ଓମପ୍ରକାଶଙ୍କ ସାନ ଭାଇ ଜାଣିବା ପରେ ବିଶ୍ବାସ କରି ନ ଥିଲା। ପରବର୍ତ୍ତୀ ସମୟରେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ସାନ ଭାଇ ଦେଖିଥିଲା। ଏହା ପରେ ବଡ଼ ଭାଇର ହତ୍ୟା ପାଇଁ ରଚିଥିଲା ଷଡ଼ଯନ୍ତ୍ର।

୨୦୧୮ ଅକ୍ଟୋବର ୨୨ ତାରିଖରେ  କାର ଡ୍ରାଇଭର ଓମପ୍ରକାଶଙ୍କ ମୃତ ଦେହ ରେଲଓ୍ବେ ଓଭରବ୍ରିଜ ନିକଟରୁ ପୋଲିସ ଉଦ୍ଧାର କରିଥିଲା। ମୃତ ଓମପ୍ରକାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ଓମପ୍ରକାଶଙ୍କୁ କିଏ ହତ୍ୟା କଲା? କାହିଁକି କଲା?  ଏସବୁର ସଠି୍କ୍‌ ସୁରାଗ ପାଇବା ପାଇଁ ପୋଲିସ ଦୀର୍ଘ ୧୩ ମାସ ଲାଗିଯାଇଥିଲା।

କାନପୁର ପୋଲିସର ସୂଚନା ମୁତାବକ ସାନ ଭାଇ ଛୋଟୁ ଓ ବଡ଼ ଭାଇ ଓମପ୍ରକାଶ ଦୁଇଜଣ ଗୋଟିଏ ଝିଅକୁ ପ୍ରେମ କରୁଥିଲେ।  ଏହି ସଂପର୍କରେ ସାନ ଭାଇ ଜାଣିବା ପରେ ବଡ଼ ଭାଇଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିଲା।  ବଡ଼ ଭାଇଙ୍କୁ ପ୍ରଚୁର ମଦ ପିଆଇବା ସହ ତା ବାଇକରେ ବାସାଇ ଏକ ଜନଶୂନ୍ୟ ସ୍ଥାନକୁ ନେଇ ଯାଇଥିଲା। ବାଟରେ ବାଇକ ରଖି ହଠାତ ବଡ଼ ଭାଇର ତଣ୍ଟିଚିପି ହତ୍ୟା କରିଥିଲା ସାନ ଭାଇ । ଅଭିଯୁକ୍ତ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts