Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାଇର ଶକ୍ତ ଚାପୁଡାରେ ଜୀବନ ହାରିଲା ଭଉଣୀ, ଘଟଣା ଚପାଇବାକୁ ପରିବାର ଲୋକଙ୍କ ଉଦ୍ୟମ

5/06/2021 at 8:11 AM

କେନ୍ଦ୍ରାପଡ଼ା/ମହାକାଳପଡ଼ା,୦୫/୦୬: ମଦ ନିଶାରେ ଚୂର୍‌ ଭାଇର ଶକ୍ତ ଚାପୁଡ଼ା ମାଡ଼ରେ ଭଉଣୀର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଚାଞ୍ଚଲ୍ୟକର ଅଭିଯୋଗ ଉଠିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ତେରଗାଁ ପଞ୍ଚାୟତର ଏକ ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଗ୍ରାମରେ ବାପି ସେନାପତି (ଛଦ୍ମନାମ)ଙ୍କ ପରିବାର ବସବାସ କରି ଆସୁଛନ୍ତି । ଘରେ ବାପିଙ୍କ ପତ୍ନୀ, ଦୁଇ ପୁଅ ଓ ଗୋଟିଏ ବୋଲି ଝିଅ କୁନି (ଛଦ୍ମନାମ) ରହନ୍ତି । ବାପି ମେଣ୍ଢା ପାଳି ପରିବାର ପ୍ରତିପୋଷଣ କରୁଥିବା ବେଳେ ବଡ଼ପୁଅ ଗାଡ଼ି ଚାଳକ ଭାବେ କାମ କରନ୍ତି । ସାନପୁଅ ଦୀପୁ (ଛଦ୍ମନାମ) ଗାଁରେ ବୁଲାବୁଲି କରନ୍ତି । ଦୀପୁ ବେରୋଜଗାର ଓ କୁସଙ୍ଗରେ ପଡ଼ି ନିଶା ସେବନ କରି ଘରେ ପାଟିତୁଣ୍ଡ କରନ୍ତି । କୁନି ପାଖ ଏକ ସଂସ୍କୃତ ଟୋଲ୍‌ରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ଦୀପୁ ଶୁକ୍ରବାର ସକାଳେ ଗାଁରେ ବୁଲାବୁଲି କରିଆସିବା ପରେ ଘରେ ଖାଇବାକୁ ମାଗିଥିଲା। ସେ ଖାଇ ବସିଥିବା ବେଳେ ପରିବାର ଲୋକଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପରେ ଭଉଣୀ କୁନି ସହ ତା’ର ବଚସା ହୋଇଥିଲା । ଦୀପୁ ଉତ୍‌କ୍ଷିପ୍ତ ହୋଇ କୁନିଙ୍କ କାନମୁଣ୍ଡାକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା । କୁନି ସେହିଠାରେ ହିଁ ଟଳି ପଡ଼ିଥିଲେ । ଭାଇର ଶକ୍ତ ଚାପୁଡ଼ାରେ କୁନିର ମୃତ୍ୟୁ ହୋଇ ଯାଇଥିବା କଥା ପରିବାର ଲୋକେ ଜାଣି ପାରିଥିଲେ । ପୁଅ ଆଇନ ଜାଲରେ ଛନ୍ଦି ହୋଇଯିବା ଭୟରେ ଘଟଣାକୁ ଚପାଇ ଦେବାକୁ ବସିଥିଲେ । ସଞ୍ଜ ନଇଁଲେ ସମସ୍ତଙ୍କ ଅଜାଣତରେ ଝିଅର ଅନ୍ତିମ ସଂସ୍କାର ସାରି ଦେବାକୁ ଯୋଜନା କରିଥିଲେ । ଏଣେ ସାହି ପଡ଼ିଶା ଲୋକେ ଘଟଣା ସମ୍ପର୍କରେ ଜାଣି ପାରି ଟୁପୁରୁଟାପର ହୋଇଥିଲେ । ସୋସିଆଲ୍‌ ମିଡିଆରେ ବି ଏ ଘଟଣା ଭାଇରାଲ୍‌ ହୋଇଥିଲା ।

ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଝିଅର ଅଚାନକ ମୃତ୍ୟୁର କାରଣ ବାବଦରେ ପରିବାର ଲୋକଙ୍କଠାରୁ ଜାଣିବାକୁ ଚାହିଁଥିଲେ ବି ସେମାନେ କେହି ମୁହଁ ନଖୋଲିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ପୁଲିସର ହସ୍ତକ୍ଷେପ ଲୋଡ଼ିଥିଲେ । ପରିବାର ଲୋକେ ଅନ୍ୟ କିଛି ଉପାୟ ନ ପାଇ ସଂଧ୍ୟାରେ ଆମ୍ବୁଲାନ୍ସ ଡକାଇ ଝିଅର ଶବକୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ । ପୁଣି ନିକଟସ୍ଥ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ନେଇ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଯାହାକୁ ନେଇ ସାଧାରଣରେ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି । ଏ ସଂପର୍କରେ ମାର୍ଶାଘାଇ ଥାନା ପୁଲିସକୁ ପଚାରିବାରେ ଥାନାରେ କୌଣସି ଏତଲା ହୋଇନଥିବା ଉତ୍ତର ମିଳିଛି । ଘଟଣାକୁ ଚପାଇ ଦେବାକୁ ଜୋରଦାର ଉଦ୍ୟମ ହେଉଥିବା ଅଞ୍ଚଳରେ ଅଭିଯୋଗ ହେଉଛି ।

   Related Posts