Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ସାମାନ୍ୟ ଝଗଡ଼ାରୁ ଭଉଣୀକୁ ହତ୍ୟା କଲା ଭାଇ, ମୃତଦେହ ଘରେ ଲୁଚାଇ ରଖିବାରୁ ବାହାରିଲା ଗନ୍ଧ, ତାପରେ…

4/12/2021 at 3:55 PM

ଥାନେ, ୦୪/୧୨: ଥାନେ ଜିଲ୍ଲା ଉଲ୍ଲାସ ନଗର ଅଞ୍ଚଳରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଭଉଣୀ ସହ ସାମାନ୍ୟ ଝଗଡ଼ାକୁ ନେଇ ହତ୍ୟା କରିଛି ଭାଇ । ହତ୍ୟା କରିବା ପରେ ସେ ମୃତଦେହକୁ ଘରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଘରୁ ଦୁର୍ଗନ୍ଧ ବାହାରିବାରୁ ଅଭିଯୁକ୍ତ ଭାଇ ପୋଲିସ୍‌ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ଥାନେ ଜିଲ୍ଲାର ଉଲ୍ଲାସ ନଗରରେ ବାସ କରୁଥିବା ଯୋଗେସ ମାଇତମାଲେ (୪୫) କିଛି ଦିନ ତଳେ ସ୍ତ୍ରୀକୁ ହତ୍ୟା ମାମଲାରେ ବେଲ୍‌ରେ ଫେରିଥିଲେ । ଘରେ ରହୁଥିବା ଭଉଣୀ ଅରୁଣାଙ୍କ ସହିତ ରହୁଥିଲେ । ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ଯୋଗେସ୍‌ ଏକ ଧାରୁଆ ଅସ୍ତ୍ରରେ ଭଉଣୀ ଆରୁଣାକୁ ହତ୍ୟା କରିଥିଲା । ହତ୍ୟା ପରେ ଘରେ ମୃତଦେହ ପଡ଼ି ରହିବା କାରଣରୁ ଦୁର୍ଗନ୍ଧ ବାହାରିଥିଲା । ଯାହାକୁ ନେଇ ଭୟଭୀତ ହୋଇ ଯୋଗେସ୍‌ ଥାନାରେ ଆତ୍ମସମର୍ପଣ କରିଥିଲା ।

ଥାନାରେ ଆତ୍ମସମର୍ପଣ ପରେ ପୋଲିସ୍‌ ଯୋଗେସ୍‌ର ଘରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ କେଉଁ କଥାକୁ ନେଇ ହତ୍ୟାକାଣ୍ଡ ଘଟିଲା ସେନେଇ ପୋଲିସ୍‌ ସ୍ପଷ୍ଟ କରିନଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତ ଯୋଗେସ୍‌ର ମସ୍ତିଷ୍କ ଠିକ୍‌ ନଥିବା ପୋଲିସ୍‌ କହିଛି ।  

   Related Posts