Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମାରିଲା ପରେ ମାନିଗଲା : “ମୁଁ ଦିଦିକୁ ମାରିଦେଇଛି, ମୃତଦେହ ଚୌକି ଉପରେ ଅଛି”

19/03/2020 at 3:59 PM

ଭାଗଲପୁର ୧୯/୦୩ : ସମାଜର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି | ଏହି ପିଢ଼ିର ଯୁବକ ଯୁବତୀଙ୍କ ଭିତରେ ଏତେ କ୍ରୋଧ କେଉଁଠୁ ଆସୁଛି ତାହା ସ୍ୱୟଂ ଭଗବାନ ହିଁ କହିପାରିବେ | ଆଜିକାଲିକା ପିଲା ସାମାନ୍ୟ କଥାରେ ଏତେ କ୍ରୋଧିତ ହୋଇଯାଉଛନ୍ତି ଯେ କାହାକୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି | ଭାଗଲପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ଯୁବକ ନିଜ ବଡ ଭଉଣୀକୁ ହତ୍ୟା କରିଛି | ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ହତ୍ୟାର କାରଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ବଡ ଭଉଣୀ ହେବା ଦୃଷ୍ଟି ସାନ ଭାଇକୁ ଅନେକ କଥାରେ ପାଟି କରୁଥିଲେ | ସାନ ଭାଇ ସବୁବେଳେ ମୋବାଇଲ ଫୋନ ଚଳାଉଥିଲା ବୋଲି ମନା କରୁଥିଲେ, ଗଲି କରୁଥିଲେ | ଏହି ସାମାନ୍ୟ କଥାରେ ରାଗିଯାଇ ସାନ ଭାଇ ବଡ ଭଉଣୀର ତଣ୍ଟି ଚିପି ହତ୍ୟା କରିଛି | 

ଭଉଣୀର ପ୍ରାଣବାୟୁ ଉଡ଼ିଯିବା ପରେ ଭାଇକୁ ଅନୁଭବ ହେଲା ସେ କେଡ଼େବଡ଼ ଭୁଲ କରିଛି | ଏହାପରେ ସେ ଫୋନ କରି ନିଜ ଆଇଙ୍କୁ ଘରକୁ ଡାକିଲା | ଯୁବକ ନିଜ ଆଇକୁ ଫୋନ କରି ଶୀଘ୍ର ଜଗଦିଶପୁର ଘରକୁ ଆସିବାକୁ କହିଥିଲା | ଏହା ଶୁଣି ସେ ନିଜ ଝିଅ ଅର୍ଥାତ ଯୁବକର ମାକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ |  ଏହାସହ ପୋଲିସକୁ ଫୋନ କରି କହିଥିଲା ଯେ ସେ ନିଜ ବଡ ଭଉଣୀ ହତ୍ୟା କରିଛି | ଖବରପାଇ ପୋଲିସ ତୁରନ୍ତ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଁଚିଲାବେଳକୁ ଘରର କବାଟ ଭିତରପଟୁ ବନ୍ଦ ଥିଲା | କବାଟ ଖୋଲି ପୋଲିସ ଦେଖିଲା ଘର ଭିତରେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ମୃତଦେହ ପଡିଛି | ପୋଲିସକୁ ଦେଖି ଅଭିଯୁକ୍ତ ନିଜେ କହିଥିଲା ଯେ ସେ ହିଁ ତା ଭଉଣୀକୁ ହତ୍ୟା କରିଛି |  ଘଟଣାର ସୂଚନା ପାଇ ତାଙ୍କ ବାପା ମା ଓ ଆଇ ଆସି ପହଞ୍ଚିଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରିଥିଲା | ମୃତକ ତଥା ଅଭିଯୁକ୍ତର ବାପା ଭଗଲପୁର କୋର୍ଟରେ ଟାଇପିଷ୍ଟ କାମ କରନ୍ତି | ହତ୍ୟା ଘଟଣା ପରେ ମୃତକଙ୍କ ପରିବାର ମାମଲା ରୁଜ୍ଜୁ କରିବା ପାଇଁ ରାଜି ହେଉନାହାନ୍ତି ଯେଉଁଥିପାଇଁ ପୋଲିସ ନିଜ ବୟାନରେ ମାମଲା ରୁଜ୍ଜୁ କରିଛି | ଘଟଣା ସମୟରେ ଅଭିଯୁକ୍ତର ବାପା କୋର୍ଟରେ ଥିଲେ |

ହତ୍ୟା ମାମଲାରେ ଅଭିଯୁକ୍ତର ବାପା କହିଛନ୍ତି ଯେ, ତାଙ୍କ ପୁଅ ମାନସିକ ବିକାରଗ୍ରସ୍ତ | ତାର ଚିକିତ୍ସା ମଧ୍ୟ ଚାଲିଛି | ସେ ଦୁଇଥର ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଛି | ଭଉଣୀକୁ ମଧ୍ୟ ମାରିବାକୁ ଆଗରୁ ଚେଷ୍ଟା କରିଛି | ମାନସିକ ବିକାରଗ୍ରସ୍ତ ହୋଇଥିବା ଯୋଗୁଁ ସେ ଭୁଲ ଠିକ ଜାଣିପାରିନଥାଏ |

ଅପରପକ୍ଷରେ ଅଭିଯୁକ୍ତର ମା କହିଛନ୍ତି, ତାଙ୍କ ପୁଅ ବହୁତ ଭଲ ପାଠ ପଢେ | ସେ ଇଣ୍ଟରରେ ପଢୁଛି | ତାର ମାନସିକ ଅବସ୍ଥା ଠିକ ଅଛି | କୌଣସି ମାନସିକ ଡାକ୍ତର ତାର ଚିକିତ୍ସା କରୁନାହାନ୍ତି | ତେବେ ଘର ଭିତରେ ତାଙ୍କ ଝିଅକୁ କିଏ ହତ୍ୟା କରିଛି ସେ ସମ୍ପର୍କରେ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି | ବାହାରୁ କେହି ଆସି ତାଙ୍କ ଝିଅକୁ ହତ୍ୟା କରିଥିବ ବୋଲି ସେ ଆଶଙ୍କା କରିଛନ୍ତି |

   Related Posts