ଦାଦା ଝିଅକୁ ଆପତ୍ତିଜନକ ଅବସ୍ଥାରେ ଦେଖି ମାଉସୀ ପୁଅ ଭାଇକୁ ହତ୍ୟା କଲା ଭାଇ

Published By : Prameya-News7 Bureau | May 16, 2019 IST

ହମୀରପୁର ୧୬/୫: ମୁସ୍କରା ଅଞ୍ଚଳରେ ୧୯ଦିନ ପୂର୍ବରୁ ଏକ ଜମିରେ ରବିକାନ୍ତ(୨୫)ଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତାଙ୍କ ହତ୍ୟା ତାଙ୍କ ନିଜ ମାଉସୀ ପୁଅ ଭାଇ ରୋହିତ ପାଲ କରିଥିଲା। ରୋହିତ ଏବଂ ରବି ଦୁହେଁ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଶିବନୀ ଗାଁକୁ ଆସିଥିଲେ। ପିପରୀ ଗାଁରେ ରହୁଥିବା ପବନ କୁମାର ନିଜ ପୁତୁରା ରବିକାନ୍ତଙ୍କ ସହ ବିବାହରେ ଆସିଥିଲେ।

ରବିକାନ୍ତ ବିବାହ ସମାରୋହରେ ଗୋଟିଏ ଦିନ ରାତିରେ ରୋହିତଙ୍କ ନାବାଳିକା ଦାଦା ପୁଅ ଭଉଣୀ ସହ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ରୋହିତ ତାଙ୍କୁ ଦେଖି ନେଇଥିଲା। ଏହାପରେ ରୋହିତ ରାଗି ଯାଇ ରବିକାନ୍ତଙ୍କୁ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲା ଏବଂ ସେଠାରେ ତାଙ୍କୁ ମାରଧର କରିବାପରେ ଗାମୁଛାରେ ତଣ୍ଟି ଚିପି ମାରି ଦେଇଥିଲା।

ହତ୍ୟା ପରେ ରୋହିତ ଭୟଭୀତ ହୋଇ ଏହି କଥା ଆସି ତା’ ବାପା ପପ୍ପୁ ପାଲଙ୍କୁ କହିଥିଲା। ଏହାପରେ ଦୁହେଁ ବାପା ପୁଅ ଜଣଙ୍କର ବାଇକ୍ ଆଣି ଶବକୁ ଜଙ୍ଗଲରେ ଏକ ଗଛରେ ଟାଙ୍ଗି ଦେଇଥିଲେ। ଯାହା ଫଳରେ ସମସ୍ତେ ଏହାକୁ ଆତ୍ମହତ୍ୟା ମନେ କରିବେ। ଏହାପରେ ଦୁହେଁ ବିବାହ ଉତ୍ସବରେ ଫେରିଥିଲେ । ଜଙ୍ଗଲରୁ ରବିର ଶବ ମିଳିବା ପରେ ରବିର ଦାଦା ପବନ କୁମାର ଅଜଣା ବ୍ୟକ୍ତି ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଜଣା ପଡ଼ିଥିଲା ଯେ ଜଣେ ମାଉସୀ ପୁଅ ଅନ୍ୟ ମାଉସୀ ପୁଅ ଭାଇର ଜୀବନ ନେଇଛି।

ପୋଲିସଙ୍କ କହିବା ଅନୁସାରେ ଗତକାଲି ରାତିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଜାଲୈାନ ଜିଲ୍ଲାରେ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.