କବିସୂର୍ଯ୍ୟନଗର ୦୫।୦୯: ଖେଳ ଖେଳରୁ ଚାଲିଗଲା ଜୀବନ। ପ୍ରତିଶୋଧ ପରାୟଣ ହୋଇ ଭାଇକୁ ହତ୍ୟା କଲା ଭାଇ। ଏହି ପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଡାଆମ୍ବ ପଞ୍ଚାୟତର ମୁକ୍ତାମାଳା ଚମ୍ପେତପୁର ଗାଁରେ ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଭାଇ ଫେରାର ହୋଇ ଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଖୋଳତାଡ କରୁଛି। ଅଭିଯୁକ୍ତର ନାଁ ନୃସିଂହ ଗୌଡ।
ସୂଚନା ଅନୁଯାୟୀ ନିଜ ସଂପର୍କୀୟ ଦଦା ପୁଅ ଭାଇକୁ ଛୁରି ଭୁସି ହତ୍ୟା କରିଛି ବଡ଼ବାପାଙ୍କ ପୁଅର ଭାଇ। ଗତକାଲି ଗୁଡିପାଲି ଖେଳକୁ ନେଇ ସଂପର୍କିୟ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ହେଲେ ତାହା ସମାଧାନ ହୋଇଥିଲା। ହେଲେ ଆଜି ନୃସିଂହ ଗୌଡ ଅତ୍ୟଧିକ ମାତ୍ରାରେ ରାଗରେ ଜର୍ଜରିତ ହୋଇ ନିଜ ସଂପର୍କୀୟ ଭାଇ ବାବୁଲା ଗୌଡର ପେଟକୁ ଦୁଇରୁ ତିନି ଜାଗାରେ ଛୁରା ଭୁସି ଆକ୍ରମଣ କରିଥିଲା।
ଭାଇର ଛୁରା ମାଡ଼ରେ ବାବୁଲା ଅତ୍ୟଧିକ ମାତ୍ରାରେ ରକ୍ତ ବାନ୍ତି କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ହତ୍ୟାକାଣ୍ଡରେ ସଂପର୍କୀୟ ଭାଇ ଫେରାର୍ ଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।