ସୈତାନ ଭାଇର ଆକ୍ରମଣରେ ଭାଇର ମୃତ୍ୟୁ; ପ୍ରମାଣ ଲୁଚାଇବାକୁ ଯାଇ ଗାତରେ ପୋତିଦେଇଥିଲା
27/11/2018 at 12:09 PM

ବଲାଙ୍ଗୀର ୨୭/୧୧ : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ବାଗମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି | ମଝିଆ ଭାଇର ଆକ୍ରମଣରେ ସାନଭାଇ ର ମୃତ୍ୟୁ ହୋଇଥିବା ବେଳେ ଜେସିବି ସାହାଯ୍ୟରେ ମୃତ ଦେହ କୁ ପୋତି ଦେଇଥିବା ସୂଚନା ମିଳିଛି | ସୂଚନା ଅନୁଯାୟୀ ଗତ ରବିବାର ଦିନ ବାଗମରା ଗାଁର ଜଗବନ୍ଧୁ କର୍ମୀ ନିଜ ସାନଭାଇ ଅନି କର୍ମୀ କୁ ହତ୍ୟା କରି ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଗାତ ରେ ପକାଇ ଜେସିବି ସାହାଯ୍ୟ ରେ ମାଟି ପକାଇ ପୋତି ଦେଇଛି | ଅନି ମଦ୍ୟପାନ କରି ଘରକୁ ଆସି ପରିବାର ସହ କଳହ କରୁଥିବା ସମୟରେ ଜଗବନ୍ଧୁ ମଧ୍ୟ ମାତାଲ ଅବସ୍ଥାରେ ଘରକୁ ଆସିଥିଲା | ତେବେ ଦୁଇ ଭାଇ ଙ୍କ ମଧ୍ୟରେ ବଚସା ହେଇଥିଲା | ଏହି ବଚସାରେ ଜଗବନ୍ଧୁ ନିଜ ଭାରସାମ୍ୟ ହରାଇ ଅନି କୁ ଆକ୍ରମଣ କରିଥିଲା | ଘଟଣା ସ୍ଥଳରେ ହିଁ ଅନିର ମୃତ୍ୟୁ ଘଟିଥିଲା | ପରେ ଜଗବନ୍ଧୁ ଏକ ଜେସିବି ସାହାଯ୍ୟରେ ମୃତ ଦେହ କୁ ଗାତରେ ପକାଇ ମାଟି ପକାଇ ପୋତି ଦେଇଥିଲା | ହେଲେ ପରେ ମାତାଲ ଅବସ୍ଥାରେ ଘଟଣା ସମ୍ପକରେ କହି ବୁଲିଥିବା ଜଣା ପଡିଥିଲା | ଏନେଇ ସଇଁତଳା ପୋଲିସରେ କୌଣସି ସୂଚନା ନ ଥିବା ବେଳେ ଏବେ ଜଗବନ୍ଧୁର ବୟାନକୁ ନେଇ ତଦନ୍ତ ଆରମ୍ଭ କରିଛି | ପୋଲିସ ବାଗମରା ଗାଁକୁ ଯାଇ ଜଗବନ୍ଧୁକୁ ଆଣି ପଚରା ଉଚରା ଜାରି ରଖିଛି | ତେବେ ମୃତ ଦେହ ନ ମିଳିବା ପର୍ଯ୍ୟନ୍ତ ଘଟଣା ବିଷୟରେ କିଛି କୁହାଯାଇ ପାରିବ ନାହିଁ ବୋଲି ପୋଲିସ କହିଛି | ଘଟଣାରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି |