ଅଭାବନୀୟ... ଚାଞ୍ଚଲ୍ୟକର ଓ ନିନ୍ଦନୀୟ.... ଟଙ୍କା ପାଇଁ ଭାଇକୁ ବନ୍ଧକ ରଖିଲା ଭାଇ

Published By : Prameya-News7 Bureau | October 28, 2019 IST

ଜୟପୁର ୨୮।୧୦- ଟଙ୍କା ଆଗରେ ତୁଛ ହେଲା ସଂପର୍କ।ଭାଇର ମୁହଁକୁ ବି ଚାହିଁଲାନି ଭାଈ। ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇ ଦେଲା ଭାଇ | ଆଉ ୪୮ ଘଣ୍ଟାର ଜୀବନ ମରଣ ସହ ସଂଘର୍ଷ ପରେ ଅପହରଣକାରୀ କବଳରୁ ଖସି ଆସିଛି ବନ୍ଧକ । ଏମିତି ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଦେଉଳଗୁଡାରୁ।

{"id":176188}

ଅଭାବନୀୟ... ଚାଂଚଲ୍ୟକର ଓ ନିନ୍ଦନୀୟ....। ବାସ୍ତୁବାଦୀ ଦୁନିଆରେ ଟଙ୍କା ଆଗରେ ସଂପର୍କ ର କିଛି ମାନେ ନାହିଁ।ଆଉ ଏଠି ଭାଈ ଭାଇକୁ ବି ବନ୍ଧକ ରଖିବାକୁ କିମ୍ବା ବିକ୍ରି କରିବାକୁ ବି ପଛାଉ ନାହିଁ। ଏମିତି କିଛି ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଦେଉଳଗୁଡାରୁ।

{"id":176189}

୨୧ ବର୍ଷିୟ ଯୁବକ ଜଣଙ୍କ ହେଉଛନ୍ତି ରମଣୀ ଅମାନତ୍ୟ। ମାତ୍ର ୨୯ ହଜାର ଟଙ୍କା ଲୋଭରେ ଏହି ଯୁବକଙ୍କୁ ତାଙ୍କ ଭାଇ ଦେବ ୫ ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲେ। ଆଉ ୪୮ ଘଣ୍ଟା ଅପହରଣକାରୀଙ୍କ ସହ ରହି ଜୀବନ ମରଣ ସହ ସଂଘର୍ଷ ପରେ ରମଣୀ କୌସଳକ୍ରମେ ସେମାନଙ୍କ କବଳରୁ ଖସି ଆସିବାପରେ ଏହା ହେଉଛି ଦେଉଳଗୁଡା ଗାଁ ଦୃଶ୍ୟ।ତେବେ ରମଣୀଙ୍କୁ କିଏ ଅପହରଣକାରୀଙ୍କ ହାତକୁ ଟେକି ଦେଲା ଏହା ସିନା ରମଣୀ କହି ପାରୁଛି କିନ୍ତୁ କାହିଁକି ତାକୁ ବନ୍ଧକ ରଖା ଯାଇଥିଲା ତାହା ସେ କହିପାରୁନାହିଁ।

{"id":176190}

ରମଣୀକୁ ଯେଉଁ ମାନେ ଅପହରଣକାରୀଙ୍କ ପାଖରେ ଟେକି ଦେଇଥିଲେ ଏମାନେ ହେଲେ ରମଣୀଙ୍କ ମାମୁଁ ପୁଅ ଭାଇ ଦେବ ନାୟକ ତାଙ୍କ ସହଯୋଗୀ ଲିପଟିକ୍ ଖରା।ତେବେ ଭାଇ ଯେ ଟଙ୍କା ପାଇଁ ଏମିତି କରିବ ଏହାକୁ ବିଶ୍ୱାସ କରିପାରୁନି ରମଣୀ । ଆଉ ଅପହରଣକାରୀଙ୍କ ଠାରୁ ମୁକୁଳିବା ପରେ ଏବେ ପୋଲିସର ଦ୍ବାରସ୍ଥ ହୋଇଛି ରମଣୀ। ତେବେ ରମଣୀଙ୍କୁ ବଳି ପାଇଁ ବିକ୍ରି କରାଯାଇଛି ବୋଲି ପରିବାର ଲୋକ ଏତଲା ଦେଇଥିଲେ ।

{"id":176191}

ବି ଚୋରା ଗଂଜେଇ କାରବାରକୁ ନେଇ ତାଙ୍କୁ ବନ୍ଧକ ରଖା ଯାଈଥିବା ନେଇ ଚର୍ଚ୍ଚା ହେଉଛି।ତେବେ ତାଙ୍କୁ ଏହି ଦୁଇ ଅଭିଯୁକ୍ତ କୌଶଳ କ୍ରମେ ରମଣୀଙ୍କୁ ପ୍ରଥମେ ତାଙ୍କ ଗାଁରୁ ଡାକି ନେଇ ଅପହରଣକାରୀଙ୍କ ପାଖରେ ବନ୍ଧକ ରଖିଥିଲେ।ପରେ କେତେବେଳେ ବନ୍ଧୁକ ଦେଖାଇ ମାରିଦେବା ତ କେତେବେଳେ ଟ୍ରେନ ଲାଇନରେ ଫିଙ୍ଗି ଜୀବନରେ ମାରିଦେବାର ଧମକ ଦେଈ ପ୍ରଥମେ କୋରାପୁଟ ଓ ପରେ ଜୟପୁର ନିକଟରେ ଗୋଟିଏ ଜଙ୍ଗଲରେ ବନ୍ଧକ ରଖିଥିଲେ। ଆଉ ଏବେ ଅଭିଯୋଗ ପାଇବା ପରେ।ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର କାବୁ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଏସ୍‌ଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.