Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଭିଣୋଇ ସମେତ ଶ୍ବଶୁର ଘର ଲୋକଙ୍କୁ ନିଶା ଖୁଆଇ ଭଉଣୀକୁ ଅପହରଣ କଲା ଭାଇ

15/06/2019 at 11:11 AM

ଲୁଧିଆନା ୧୫/୬: ଲୁଧିଆନାର ହକିକତ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଭିଣୋଇ ଏବଂ ତାଙ୍କ ପରିବାରକୁ ନିଶା ମିଶାଯାଇଥିବା ମିଠା ଖୁଆଇ ବେହୋଶ କରି ଦେଇଥିଲା ଏବଂ ତା’ପରେ ଭଉଣୀକୁ ଅପହରଣ କରିଥିଲା। ପୀଡ଼ିତ ପରିବାରକୁ ଯେତେବେଳେ ହୋଶ ଆସିଥିଲା ସେତେବେଳେ ଘଟଣା ବିଷୟରେ ଜଣା ପଡ଼ିଥିଲା। ଏହାପରେ ପରିବାର ଲୋକେ ହୈବୋବାଲ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ଅଜୟ ବାଜିଗର ଏବଂ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି।

ପୀଡ଼ିତଙ୍କ ନାଁ ହେଉଛି ଜୟ ମସିହ। ତାଙ୍କ କହିବାନୁସାରେ ସେ ବିଦ୍ୟୁତ୍ ମେକାନିକ୍। ତା’ ଘରେ ମାଆ,ଭଉଣୀ ଏବଂ ଭାଇ ଅଛନ୍ତି। ୨ବର୍ଷ ପୂର୍ବରୁ ତା’ର ଫେସବୁକ୍ ଜରିଆରେ ହରିୟାଣା ସିରସାର ସୁନିତା ରାଣୀ ନାମ୍ନୀ ଯୁବତୀ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଦୁହେଁ ସେମାନଙ୍କ ପରିବାର ଆଗରେ ନିଜର କଥା ରଖିଥିଲେ। ତାଙ୍କ ପରିବାର ଲୋକେ ମାନିଯାଇଥିଲେ,କିନ୍ତୁ ସୁନିତାଙ୍କ ପରିବାର ଲୋକେ ମନା କରିଦେଇଥିଲେ। ଏହା ସତ୍ତେ ସେମାନେ ଦେଖା କରୁଥିଲେ। ୨୦୧୯ମସିହା ମାର୍ଚ୍ଚ ମାସରେ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ।

ସୁନିତାଙ୍କ ପରିବାର ଲୋକେ ଏବିଷୟରେ ଜାଣିପାରିବାରୁ ସେମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଏବଂ ଅନେକ ଥର ତାଙ୍କ ଘରକୁ ଆସି ମଧ୍ୟ ଧମକାଇଥିଲେ। ଜୟଙ୍କ କହିବାନୁସାରେ ଜୁନ୍ ୧୨ତାରିଖରେ ତାଙ୍କ ଶଳା ଅଜୟ ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିଲା। ସେ ଆସି କହିଥିଲା ସେ ସମସ୍ତେ ରାଗ ଦୂର କରିଦିଆନ୍ତୁ,ନିଜ ସହ ଆଣିଥିବା ମିଠା ଡବାରୁ ସେ ଜୟ,ତାଙ୍କ ମାଆ,ଭଉଣୀ,ଭିଣୋଇ ଏବଂ ଭାଇ ଏବଂ ସମସ୍ତଙ୍କୁ ମିଠା ଦେଇଥିଲା ଏବଂ ତା’ପରେ ନିଜ ଭଉଣୀକୁ ମଧ୍ୟ ମିଠା ଦେଇଥିଲା।

ଏହାପରେ ସମସ୍ତେ ବେହୋଶ ହୋଇଯାଇଥିଲେ। ଜୁନ୍ ୧୩ତାରିଖରେ ସକାଳେ ଯେତେବେଳେ ଜୟ ଉଠିଥିଲେ ତାଙ୍କ ପୂରା ପରିବାର ବେହୋଶ ଥିଲା। କିନ୍ତୁ ତାଙ୍କ ପତ୍ନୀ ସୁନିତା ଏବଂ ଶଳା ଘରେ ନଥିଲେ। ତାଙ୍କ ପଡ଼ୋଶୀଙ୍କ କହିବାନୁସାରେ ସକାଳ ୫ଟାବେଳେ କିଛି ଲୋକ ତାଙ୍କ ଘରୁ କଳା ରଙ୍ଗର ବ୍ୟାଗରେ କୈାଣସି ଭାରି ଜିନିଷ ଉଠାଇ ନେଇ ଯାଉଥିଲେ। ଏହାକୁ ସେମାନେ ଗାଡ଼ିରେ ପୂରାଇ ନେଇଯାଇଥିଲେ। ଜୟଙ୍କ କହିବାନୁସାରେ ତାଙ୍କ ଶଳା ହିଁ ତାଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଯାଇଥିଲେ।

   Related Posts