ଯାଜପୁରରେ ଭଉଣୀକୁ ବଞ୍ଚାଇବା ପାଇଁ ଖରସ୍ରୋତା ନଦୀରେ ଭାସିଗଲେ ଭାଇ

Published By : Prameya-News7 Bureau | September 27, 2018 IST

ଯାଜପୁର ୨୭|୯: ଭଉଣୀକୁ ବଞ୍ଚାଇବା ପାଇଁ ନଦୀରେ ଭାସିଗଲେ ଭାଇ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଖରସ୍ରୋତା ନଦୀରେ ଏଭଳି ଅଘଟଣ ଘଟିଛି । ନିଖୋଜ ଯୁବକ ହେଲେ ହେମନ୍ତ ଜେନା । ହେମନ୍ତଙ୍କ ଭଉଣୀ ଛବି ମାନସିକ ରୋଗରେ ପୀଡ଼ିତ ଥିଲେ । ତାଙ୍କ ଦେହରେ ପ୍ରେତାତ୍ମା ସଞ୍ଚାର ହୁଏ ବୋଲି କୁହାଯାଏ। ସେଥିପାଇଁ ହେମନ୍ତ ଭଉଣୀକୁ ନେଇ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଉଥିଲେ । କିନ୍ତୁ ଅଧା ରାସ୍ତାରେ ଛବି ଖରସ୍ରୋତା ନଦୀ ଭିତରକୁ ପଶି ଯାଇଥିଲା । ଭଉଣୀକୁ ଉଦ୍ଧାର କରିବା ପାଇଁ ଭାଇ ହେମନ୍ତ ନଦୀକୁ ଡେଇଁ ପଡ଼ିଥିଲେ। ଭଉଣୀ ସିନା ଉଦ୍ଧାର ହେଲା, ହେଲେ ଭାଇ ନଦୀ ପାଣିରେ ଭାସିଗଲେ। ଏ ସମ୍ପର୍କରେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ମାତ୍ର ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ କରୁଥିବାରୁ ସେମାନେ ଉଦ୍ଧାର ପାଇଁ ଆସିନଥିଲେ। ଯାହାକୁ ନେଇ ଗାଁରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.