ଏପରିଭାବେ ପହଞ୍ଚିଥିଲେ ନ୍ୟୁୟର୍କ ଫ୍ୟାଶନ୍ ଓ୍ବିକ୍ ରାମ୍ପକୁ ରେଶ୍ମା : ମୁହଁରେ ଏସିଡ ଫିଙ୍ଗିଥିଲେ ଭିଣୋଇ

Published By : Prameya-News7 Bureau | September 29, 2019 IST

ମୁମ୍ବାଇ ୨୯/୯: ରେଶମାଙ୍କୁ ମାତ୍ର ୧୭ବର୍ଷ ହୋଇଥିବାବେଳେ ତାଙ୍କ ଭିଣୋଇ ବୁରଖା ହଟାଇ ମୁହଁରେ ଏସିଡ ପକାଇ ଦେଇଥିଲେ। କ୍ରୋଧର ନିଆଁରେ ଜଳୁଥିବା ସେହି ବ୍ୟକ୍ତି ରେଶମା ଏବଂ ତାଙ୍କ ଭଉଣୀଙ୍କୁ ଜଳାଇ ପୂରା ପରିବାରର ସାହସ ଭାଙ୍ଗିବାକୁ ଚାହୁଁଥିଲା। ଏହି ଘଟଣା ପରେ ରେଶମା ପୂରାପୂରି ଭାଙ୍ଗି ପଡ଼ିଥିଲେ। ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିବା ରେଶମା କିପରି ନିଜକୁ ସମ୍ଭାଳିଥିଲେ ଏବଂ ପହଞ୍ଚିଥିଲେ ନ୍ୟୁୟର୍କ ଫ୍ୟାଶନ ଓ୍ବିକର ରାମ୍ପ ଯାଏଁ ଏକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତକାଲି ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୨୦୧୯ର ସେଶନ ବ୍ରେକିଙ୍ଗ ଦ ଫ୍ରଣ୍ଟିୟର୍ସ: ‘ବୁମେନ ଅନ ଏ ମିଶନ୍’ରେ ରେଶ୍ମା ତାଙ୍କ ଦୁଃଖ କାହାଣୀ ଶୁଣାଇଥିଲେ।

{"id":164108}

ସେ କହିଥିଲେ ଯେ ୨୦୧୪ମସିହା ମଇ ୧୯ତାରିଖରେ ଇଲାହାବାଦରେ ତାଙ୍କ ଭିଣୋଇ ନିଜ ଭାଇଙ୍କ ସହ ମିଶି ତାଙ୍କ ଉପରେ ଏସିଡ ଫିଙ୍ଗିଥିଲେ। ତାଙ୍କ ଭଉଣୀଙ୍କୁ ଭିଣୋଇ ମାରୁଥିଲେ। ରେଶ୍ମା ତାଙ୍କ ଭଉଣୀଙ୍କ ସହ ସବୁ ପ୍ରକାର ସମସ୍ୟାରେ ସାଥ ଦେଉଥିଲେ। ତାଙ୍କ ବାପା ବି ବହୁତ ଚିନ୍ତାରେ ରହୁଥିଲେ। କିଛି ଦିନ ପରେ ଭଉଣୀ ତାଙ୍କ ଦୁଇ ପିଲାଙ୍କୁ ନେଇ ଘରକୁ ପଳାଇ ଆସିଥିଲେ। ଏଠାରେ ସେ ତାଙ୍କ ପୁଅର ସ୍କୁଲରେ ଆଡମିସନ କରି ଦେଇଥିଲେ। ଭିଣୋଇ ମଧ୍ୟ ତାଙ୍କ ପିଲାଙ୍କୁ ତାଙ୍କ ସହ ନେଇ ଯାଇଥିଲେ। ଏହା ପରେ ସେମାନେ କୋର୍ଟ ଯାଇଥିଲେ ଏବଂ କୋର୍ଟର ନିଷ୍ପତ୍ତି ତାଙ୍କ ପକ୍ଷରେ ହୋଇଥିଲା। ପିଲାମାନେ ମଧ୍ୟ ନିଜ ମାଆଙ୍କ ପାଖରେ ରହିଲେ।

{"id":164109,"width":577,"height":433}

ଘଟଣା ଦିନ ସେ ତାଙ୍କ ଭଉଣୀଙ୍କ ସହ ରେଲଓ୍ବେ ଷ୍ଟେସନ ପାଖରୁ ବାହାରୁଥିଲେ। ସେତେବେଳେ ହଠାତ୍ ଭିଣୋଇ ୩ଭାଇଙ୍କ ସହ ସେଠାରେ ପହଞ୍ଚି ଯାଇଥିଲେ। ପ୍ରଥମେ ସେମାନେ ତାଙ୍କ ଭଉଣୀଙ୍କ ଉପରେ ଏସିଡ ଫିଙ୍ଗିଥିଲେ। ଠିକ୍ ସେତିକିବେଳେ ରେଶ୍ମା ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିବାବେଳେ ଭିଣୋଇ ତାଙ୍କ ବୁରଖା ହଟାଇ ତାଙ୍କ ମୁହଁରେ ଏସିଡ ଫିଙ୍ଗିଥିଲେ। ତାଙ୍କ ମୁହଁ ଜଳିଯାଇଥିଲା। ଦୁଇ ଭଉଣୀ ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଚିତ୍କାର କରୁଥିଲେ। କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ। ଶେଷରେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ଏହି ଘଟଣାର ୫ଘଣ୍ଟା ପରେ ମାମଲା ରୁଜୁ ହୋଇଥିଲା।

{"id":164110}

ଏସିଡ ଆକ୍ରମଣରେ ରେଶ୍ମାଙ୍କ ବାମ ଆଖିର ଦୃଷ୍ଟିଶକ୍ତି ପୂରାପୂରି ଚାଲି ଯାଇଛି। ତାଙ୍କ ମୁହଁର ପାଖାପାଖି ପ୍ରାୟ ଭାଗ ପୂରାପୂରି ଜଳିଯାଇଛି। ସେ ଘରେ ଆସି ଆଇନାରେ ମୁହଁ ଦେଖିବା ପରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରିବାର ଲୋକେ ଏବଂ ବାପା ତାଙ୍କୁ ବୁଝାଇଥିଲେ ଯେ ଏପରି କଲେ ତାଙ୍କ ସାହସ ଆହୁରି ବଢ଼ିଯିବ,ଫଳରେ ସେମାନେ ସମସ୍ତଙ୍କ ସହ ଏପରି କରିବେ।

{"id":164111}

ଠିକ୍ ଏହି ସମୟରେ ତାଙ୍କର ରିୟା ଶର୍ମାଙ୍କ ସହ ସାକ୍ଷାତ ହୋଇଥିଲା। ରିୟା ମେକ୍ ଲଭ ଏବଂ ନାଟ ସ୍କାର ଅଭିଯାନ ଚଲାଉଥିଲେ। ରିୟାଙ୍କ ଯୋଗୁଁ ରେଶ୍ମାଙ୍କ ଆତ୍ମବିଶ୍ବାସ ପୁଣି ଫେରିଲା। ଏହା ପରେ ତାଙ୍କୁ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍ ରାମ୍ପ ଯାଏଁ ଯିବାକୁ ସୁଯୋଗ ମିଳିଥିଲା।   

{"id":164112,"width":587,"height":391}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.