ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ଦିଅର !

Published By : Prameya-News7 Bureau | September 08, 2019 IST

ରାଉରକେଲା ୮।୯: ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକର ରିଉଁ ଗ୍ରାମରେ ଭାଉଜକୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟାକରି ଆତ୍ମହତ୍ୟା କରିଛି ଦିଅର । ଏଭଳି ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ଭାଉଜ ମାନି ଭୂମିଜ ଘରେ ଶୋଇଥିବା ବେଳେ ଦିଅର ଲଖିରାମ ଭୂମିଜ ଏକ ଟାଙ୍ଗିଆରେ ନିର୍ମମ ଭାବେ ମାନିର ବେକ, ପେଟରେ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ଦିଅର ଲଖିରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହସ୍ପିଟାଲରୁ ଆସିବ। ପରେ ଏପରି କାଣ୍ଡ ଘଟାଇଛନ୍ତି । ବୀରମିତ୍ରପୁର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.