Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ସ୍ତ୍ରୀର ଚରିତ୍ରକୁ ସନ୍ଦେହ, ସ୍ବାମୀ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ କଲା ଦିଅର

29/06/2019 at 5:19 PM

ଆନନ୍ଦପୁର ୨୯|୬: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘସିପୁରା ଥନା କୋଳିମାଟି ଜଙ୍ଗଲରେ ଜଣେ ମହିଳାଙ୍କୁ ଦିଅର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ବାମୀ ସଂପୃକ୍ତ ଥିବା ସହ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଏଭଳି ଘଟଣା ଘଟାଇଥିବା ଜଣାପଡିଛି । ଉଭୟ ସ୍ବାମୀ ଓ ଦିଅରକୁ ପୋଲିସ ଗିରଫ କରିଛି । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରିଆ ଥାନା ଅନ୍ତର୍ଗତ ବଡରାମଚନ୍ଦ୍ରପୁର ଗାଁର ସମ୍ବୁନାଥ ମୁର୍ମୁ ଓ ରାଇମ ମୁର୍ମୁ ଉଭୟ ସ୍ବାମୀ ସ୍ତ୍ରୀ । ଗତ କିଛି ବର୍ଷ ହେବ ଏମାନେ କାମଧନ୍ଦା ପାଇଁ ଯାଜପୁର ଜିଲ୍ଲା ଯାଜପୁର ରୋଡ ଅଞ୍ଚଳରେ ରହୁଥିଲେ । ୭ ମାସ ତଳେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଉଭୟ ସ୍ବାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ । ସ୍ବାମୀ  ସମ୍ବୁନାଥ ଯାଜପୁର ରୋଡ ଦଳା ଅଞ୍ଚଳରେ ରହୁଥିବାବେଳେ ସ୍ତ୍ରୀ ରାଇମ ଅନ୍ୟତ୍ର ରୁହନ୍ତି । ଗତକାଲି ସମ୍ବୁନାଥ ନିଜ ସ୍ତ୍ରୀ ନିକଟରେ ପହଁଞ୍ଚି ଗାଁକୁ ଯିବା କହି ତାକୁ ଡାକିନେଇଥିଲେ । ସାଙ୍ଗରେ ତାଙ୍କ ମାମୁ ପୁଅ ମୁନା ସୋରେନ ମଧ୍ୟ ଥିଲେ । ତିନି ଜଣ ମିଶି ଗାଁକୁ ବାହାରିଥିବାବେଳେ ଗାଁକୁ ନ ନେଇ ଅନ୍ୟ ଜଣେ ସାଙ୍ଗ ଘରକୁ ଯିବାକୁ କହି କେନ୍ଦୁଝର ଅଭିମୁଖେ  ଯାଇଥିଲେ । ତେବେ ଘସିପୁରା ଥନା ଅନ୍ତର୍ଗତ କୋଳିମାଟି ଜଙ୍ଗଲ ନିକଟରେ ବାହାନାକରି ଜଙ୍ଗଲ ମଧ୍ୟକୁ ଡାକିନେଇ ରାଇମକୁ ପ୍ରଥମେ ପ୍ରବଳ ମାଡ ମାରିଥିଲା ସ୍ବାମୀ ଓ ପରେ ତାଙ୍କୁ ବଞ୍ଚାଇବା ବାହାନାରେ ଦିଅର ମୁନା ରାଇମକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ସ୍ବାମୀ ଫଟୋ ଉଠାଇଥିବା କହିଛନ୍ତି ରାଇମ । ପରେ ସ୍ଥାନୀୟ ଲୋକେ ପାତିତୁଣ୍ଡ ଶୁଣି ସେଠାରେ ପହଞ୍ଚି ସମସ୍ତଙ୍କୁ ଅଟକ ରଖି ପୁରା ଘଟଣା ପଚାରି ବୁଝିବା ପରେ ପୋଲିସକୁ ଖବର କରିବାରୁ ପୋଲିସ ପହଞ୍ଚି ଉଭୟ ସ୍ବାମୀ ସମ୍ବୁନାଥ ଓ ତାର ମାମୁ ପୁଅ ଭାଇ ମୁନାକୁ ଗିରଫ କରିଛି ।

ତେବେ ଗତ ରଜ ସମୟରେ ରାଇମ ରହୁଥିବା ଘରେ ଦୁଇ ଜଣ ଯୁବକଙ୍କୁ ଦେଖିଥିଲେ ସ୍ବାମୀ ସମ୍ବୁନାଥ । ସେବେଠାରୁ ସ୍ତ୍ରୀର ଚରିତ୍ର ଉପରେ ସଂନ୍ଦେହକରି ଏଭଳି ଘଟଣା ଘଟାଇଥିବା ଅଭିଯୋଗ କରିଛି ସ୍ତ୍ରୀ ରାଇମା । 

   Related Posts