ଭାଉଜର ଗଳା ଚିପି ହତ୍ୟା କଲା ଦିଅର, ପରେ ଥାନାରେ କଲା ଆତ୍ମସମର୍ପଣ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧: ଦିନିକୁ ଦିନ ମହିଳା ହିଂସା ବ୍ୟାପକ ହେବାରେ ଲାଗିଛି। ଘରୋଇ ହିଂସାରେ ମହିଳାମାନେ ପେଶି ହେଉଥିବା ବେଳେ ସେମାନଙ୍କ ଜୀବନ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଖବର ବାରମ୍ବାର ଶୁଣିବାକୁ ମିଳୁଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ଦିଲ୍ଲୀର କରାଓ୍ବଲ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଭାଉଜର ଗଳା ଚିପି ହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦିଅର ରୋହିତ ନିଜ ଭାଉଜଙ୍କ ହତ୍ୟା କରିଛି।ରୋହିତ ଓ ତା ଭାଉଜ୍‌ ଲିଭ୍‌ ଇନ୍‌ରେ ରହୁଥିଲେ। ଘରୋଇ କଳିକୁ କେନ୍ଦ୍ର କରି ନିଜ ଭାଉଜର ଗଳା ଚିପି ରୋହିତ ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ମହାନିର୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛି ରୋହିତ।

ତେବେ ପୋଲିସକୁ ରୋହିତ ଘଟଣା ସମ୍ପର୍କରେ ଜଣାଇଛି। ରୋହିତ ଅନୁସାରେ ଭାଉଜ କଳିରେ ଅତିଷ୍ଠ ହୋଇ ତା ବଡ଼ ଭାଇ ଦୁଇ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତା ପରଠୁ ଭାଉଜ-ଦିଅର ସାଙ୍ଗରେ ରହୁଥିଲେ। କିନ୍ତୁ କିଛି ଦିନ ଗଲା ପରେ ସେମାନଙ୍କ ମଧ୍ୟ​‌ରେ ମତାନ୍ତର ଓ ପରେ ଝଗଡ଼ା ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ରୋହିତ ନିଜ ଭାଉଜର ଗଳା ଚିପି ହତ୍ୟା କରିଛି। ତେବେ ପୋଲିସ ରୋହିତକୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ରୋହିତକୁ ଜେଲ୍‌ ପଠାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.