ଶାଳୀଙ୍କୁ ମାରି ପୋତି ଦେଇଥିଲା ଭିଣୋଇ : ୧୮ମାସ ପରେ ଖୋଲିଲା ଗୁମର
9/12/2019 at 4:35 PM

ଜି.ଉଦୟଗିରି ୯/୧୨: କୁମ୍ଭାରକୁପା ଗ୍ରାମର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟଣାର ଅଭିଯୋଗ କ୍ରମେ ବର୍ଷେ ଦଶ ମାସ ପରେ ଜି ଉଦୟଗିରି ପୋଲିସ କବର ଭିତରୁ କଙ୍କାଳ ଆଜି ଉଦ୍ଧାର କରି ତଦନ୍ତ ପ୍ରକିୟା ଆରମ୍ଭ କରିଛି।

ଜି ଉଦୟଗିରି ଥାନାର କୁମ୍ଭାରକୁପା ଗ୍ରାମର ସେଲିବ୍ରେଟ ନାମକ ଜଣେ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବାରୁ ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ଅନୁସାରେ ତାଙ୍କୁ କବର ଦିଆଯାଇଥିଲା। ଏହି ଘଟଣା ଫେବ୍ରୁଆରୀ ୧ ତାରିଖ ୨୦୧୮ ମସିହାରେ ଘଟିଥିଲା ।

ସୂଚନା ଅନୁଯାୟୀ ନାବାଳିକା ନିଜ ଘରେ ଥିବା ସମୟରେ ତାଙ୍କର ବଡ଼ ଭଉଣୀର ସ୍ୱାମୀ ସ୍ଵରଣଜିତ ନାୟକ ଘରକୁ ଆସିଥିଲା।କୌଣସି କାରଣରୁ ଭିଣୋଇ ଶାଳୀଙ୍କୁ ମାରିଦେଇ ରଶିରେ ଟାଙ୍ଗି ଦେଇଥିବାର ଅନୁମାନ କରି ମୃତ ଝିଅଙ୍କ ବାପା ଜିଅସ ନାୟକ ,ପୋଲିସ ବିଭାଗ, ମହିଳା କମିଶନର, କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜ୍ୱାଇଁର ଆଚାର ବ୍ୟବହାର , ସାଙ୍ଗ ସାଥି ଓ ଝିଆରୀର କଥାକୁ ଗ୍ରହଣ କରି ଜିଅସ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ।ଏହାକୁ ପାଥେୟ କରି ଜି. ଉଦୟଗିରି ପୋଲିସ, ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଫିନ ଖୋଲି ସେଲିବ୍ରେଟଙ୍କ କଙ୍କାଳ ଉଦ୍ଧାର କରି ସାଇଣ୍ଟଫିକ ଟିମକୁ ହସ୍ତାନ୍ତର କରାଯାଇଛି।