Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭାଇବୋହୂକୁ ଦି’ଗଡ କରି ନଦୀରେ ଭସାଇ ଦେଲା ଦେଢଶୁର ! ବୈତରଣୀରୁ ମିଳିଥିଲା ଅଧା ଶରୀର, ଏବେବି ମିଳିନି ଆଉ ଅଧା

16/10/2021 at 1:10 PM

ଆନନ୍ଦପୁର ୧୬।୧୦: କୋନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଅମାରଙ୍ଗ ଘାଟ ନିକଟରୁ ମହିଳାଙ୍କ ଅଧା ମୃତଦେହ ମିଳିବା ଘଟଣା ଖୁଲାସା । ସଂପୃକ୍ତା ମହିଳାଙ୍କୁ ତାଙ୍କ ଦେଢଶୁର ହାଣିବା ପରେ ନଦୀରେ ଭସାଇ ଦେଇଥିବା ଜଣାପଡିଛି ।

ନଦୀରୁ ମୃତଦେହ ମିଳିବା ପରେ ଶରୀରର ଅଧା ଅଂଶ ନଥିବାରୁ ପ୍ରଥମେ ପରିଚୟ ମିଳିପାରି ନଥିଲା । ତେବେ ଗାଁର ବିଧବା ମହିଳା ସୁରତୀ ନାଇକ ଗତ ଗୁରବାର ରାତିରୁ ଘରେ ନଥିବାରୁ ପୋଲିସ ସନ୍ଦେହ କରି ସୁରତୀଙ୍କ ଦୁଇ ଝିଅକୁ ଡକାଇଥିଲା ।  ଝିଅମାନେ ନିଜ ମା’କୁ ଚିହ୍ନି ପାରିଥିଲେ । ତେବେ ବଡ ବାପା ଶତୃଘ୍ନ ତାଙ୍କ ମା’ଙ୍କୁ ମାରିଥିବା ଅଭିଯୋଗ କରିଥିଲେ । ବିଭିନ୍ନ ସମୟରେ ତାଙ୍କ ପରିବାରକୁ ବଡ ବାପା ଶତୃଘ୍ନ ହଇରାଣ କରିବା ସହ ଶତୃତା ରଖି ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଶତୃଘ୍ନକୁ ପୋଲିସ ଉଠାଇବା ସହ ଅଟକ ରଖି ପଚରା ଉଚରା ଚଳାଇଛି । ମୃତ ଶରୀରର ଅବଶିଷ୍ଟାଂଶ ଖୋଜିବାକୁ ନଦୀ ଗର୍ଭରେ ଅଗ୍ନିଶମ ବିଭାଗ ସହାୟତାରେ ଖୋଜା ଖୋଜି ଚଳାଇଛି ଘଷିପୁରା ପୋଲିସ । ହେଲେ ବର୍ତ୍ତମାନ ସୁଦ୍ଧା ସନ୍ଧାନ ମିଳିପାରିନାହିଁ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ କୌଣସି ପ୍ରତିକ୍ରିୟା ନଖିନଥିବା ବେଳେ ଶତୃଘ୍ନ ହିଁ ହତ୍ୟାକାରୀ ବୋଲି ପରୋକ୍ଷରେ ଇସାରା ଦେଇଛି ପୋଲିସ ।

   Related Posts