Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପତ୍ନୀ ସାମନାରେ ସାନ ଭାଇ-ବୋହୂଙ୍କୁ ହତ୍ୟା : ଦେହ ବ୍ୟବସାୟରେ ସାମିଲ ହେବାକୁ କରିଥିଲେ ମନା

10/08/2020 at 4:25 PM

ପାନିପତ ୧୦/୮: ହରିୟାଣାରେ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପତ୍ନୀଙ୍କ ସାମନାରେ ନିଜ ସାନ ଭାଇର ପତ୍ନୀକୁ ହତ୍ୟା କରି ଦେଇଛି। ଦେଢ଼ଶୁର ଭାଇବୋହୂଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ଚାହୁଁଥିଲା କିନ୍ତୁ ମୃତକ ଏହା କରିବାକୁ ମନା କରି ଦେଇଥିଲେ।

ପାନିପତ ତହସିଲ କ୍ୟାମ୍ପ ଅଞ୍ଚଳରେ ଫତେହପୁରୀ ଛକରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣାଟି ଘଟିଛି। ଜଣେ ବ୍ୟକ୍ତି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରିଛି। ଏଥିରେ କବିତା ନାମ୍ନୀ ମହିଳା ଗୁରୁତର ହୋଇଯାଇଥିଲେ। ଯେତେବେଳେ ହତ୍ୟାକାରୀ ମହିଳାଙ୍କୁ ଛୁରୀରେ ଆକ୍ରମଣ କରୁଥିଲା ସେତେବେଳେ ସେଠାକାର ଲୋକ ଛିନା ହୋଇ ଘଟଣା ଦେଖୁଥିଲେ କିନ୍ତୁ କେହି ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିନଥିଲେ।

ଏହି ସମୟରେ ସେଠାରୁ ଅତିକ୍ରମ କରୁଥିବା ସ୍ଥାନୀୟ ଲୋକ ଗୁରୁତର ମହିଳାଙ୍କୁ ନିଜ ମଟର ସାଇକେଲରେ ବସାଇ ସିଭିଲ୍ ହସ୍ପିଟାଲକୁ ପହଞ୍ଚିଥିଲେ ଯେଉଁଠାରେ ଯାଞ୍ଚ ପରେ ଡାକ୍ତର ମହିଳାଙ୍କୁ ମୃତ ଘୋଷିତ କରିଥିଲେ। ପରେ ଜଣା ପଡ଼ିଥିଲା ଯେ ମୃତା ମହିଳାଙ୍କ ଦେଢ଼ଶୁର ତାଙ୍କୁ ହତ୍ୟା କରିଥିଲା।

 ଅଭିଯୁକ୍ତର ପତ୍ନୀ ପ୍ରିୟା କହିଥିଲେ ଯେ ସେ ନିଜ ସାନ ଯାଆ ସହ ଶ୍ବଶୁର ଘରୁ ଅଲଗା ରୁହନ୍ତି। କାରଣ ଉଭୟଙ୍କ ସ୍ବାମୀ,ଯୁବତୀ ଚାଲାଣ କରିବା ଧନ୍ଦା କରନ୍ତି ଏବଂ ସେମାନଙ୍କୁ ମଧ୍ୟ ଏହି ଧନ୍ଦାରେ ଲଗାଇବାକୁ ବାରମ୍ବାର ଚାପ ଦେଉଥିଲେ।

 ପ୍ରିୟା କହିଥିଲେ ଯେ ତାଙ୍କ ଶ୍ବଶୁର ଘରର ସମସ୍ତେ ଏହି କାମ କରନ୍ତି। ପ୍ରିୟା ଏବଂ କବିତା ଏହି କାମ କରିବାକୁ ଚାହୁଁନଥିଲେ ଏଥିପାଇଁ ଦୁହେଁ ଅଲଗା ଘର ନେଇ ରହୁଥିଲେ। ମୃତା​‌ ମହିଳାଙ୍କ ଦେଢ଼ଶୁର ଭଗତକୁ ଲୋକେ ଧରି ପୋଲିସ୍ ହେପାଜତରେ ଦେଇଛନ୍ତି।

ପ୍ରିୟା ଆଗକୁ କହୁଛନ୍ତି ଯେ ସେ ନିଜ ସାନ ଯାଆ ସହ ତାଙ୍କ ପିଲାଙ୍କୁ ଔଷଧ ଦେବାକୁ ବଜାର ଯାଇଥିଲେ। ରାସ୍ତାରେ ଏକ ଢ଼ାବାରେ ଖାଇବା ପାଇଁ ରହିଥିଲେ। ଏହି ସମୟରେ କବିତାଙ୍କ ଦେଢ଼ଶୁର ଏବଂ ତାଙ୍କ ସ୍ବାମୀ କବିତା ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ।

ସେ କବିତାଙ୍କୁ ଛୁରୀ​ରେ ଆକ୍ରମଣ କରିଥିଲା। ୨ଭାଇ ସେମାନଙ୍କ ପିଛା କରୁଥିବାବେଳେ ପ୍ରିୟା ୧୦୦ନମ୍ବରରେ କଲ କରି ପୋଲିସକୁ ସେମାନଙ୍କୁ କିଛି ଗୁଣ୍ଡା ପିଛା କରୁଥିବା କଥା କହିଥିଲେ।

   Related Posts