ନୀଳଗିରି ୩୧।୧୨- ସାନ ଶାଳକର ଯୌନାଙ୍ଗ କାଟି ଦେଲେ ଭିଣୋଇ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ପଞ୍ଚାୟତ କୁସୁମିଆ ଗ୍ରାମରେ । ଏହି ଗ୍ରାମର ଗଜେନ୍ଦ୍ର ଖାଲପାଳିଆଙ୍କ ଝିଅ ସୁମତିଙ୍କୁ ସେହି ଗାଁର ରାଜେନ୍ଦ୍ର ରଣାସିଆଙ୍କ ପୁଅ କହ୍ନେଇ ବିବାହ କରିଥିଲେ । ସୋମବାର ତାଙ୍କ ସାନ ଶାଳକ ରାଜୁ ଖାଲପାଳିଆଙ୍କ ସହ ବନ୍ଧସାହି ନିକଟରେ ପାରିବାରିକ କଥାକୁ ନେଇ ବଚସା ହୋଇଥିଲା ।
ଏଥିରେ ଉତ୍କ୍ଷିପ୍ତ ହୋଇ କହ୍ନେଇ ଏକ ପନିକି ଧରି ରାଜୁକୁ ଗୋଡ଼ାଇଥିଲେ । ଭୟରେ ବୁଧିରାମ ସିଂଙ୍କ ଘରେ ଲୁଚି ଯାଇଥିଲା ରାଜୁ । ପ୍ରଥମେ ରାଜୁର ବାଇକ୍ଟିକୁ ଭଙ୍ଗାରୁଜା କରଥିଲା କହ୍ନେଇ । ପରେ ପନିକିରେ ରାଜୁର ଯୌନାଙ୍ଗ କାଟି ଦେଇଥିଲା । ରାଜୁଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି