Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟଙ୍କା ଦେବିନି ବୁଲେଟ୍‌ ନେ…, ଏସଆଇ ଭିଣୋଇକୁ ଗୁଳି କରି ମାରିଲା କନଷ୍ଟେବଲ୍‌ ଶଳା

10/10/2021 at 4:46 PM

ନୂଆଦିଲ୍ଲୀ ୧୦/୧୦: ଟଙ୍କା ପାଇଁ ଭିଣୋଇର ଜୀବନ ନେଇଗଲା ଶଳା। କନଷ୍ଟେବଲ୍‌ ଶଳା ନିଜର ସର୍ଭିସ୍‌ ପିସ୍ତଲରୁ ଗୁଳି କରି ନିଜ ଭିଣୋଇକୁ ହତ୍ୟା କରିଛି। ଦିଲ୍ଲୀ ସଫଦରଜଙ୍ଗର ଏନକ୍ଲେଭ୍‌ ଅଞ୍ଚଳରେ ଘଟଣାଟି ଘଟିଥିବା ବେଳେ କିଲର କନଷ୍ଟେବଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ବିକ୍ରମ ସିଂହ  ରବିବାର ହରିୟାଣାର ରୋହତକ ବାସିନ୍ଦା ଏବଂ ହରିୟାଣା ପୋଲିସରେ ଏସଆଇ (ସବ-ଇନ୍ସପେକ୍ଟର) ବୀରେନ୍ଦ୍ର ନନ୍ଦାଲଙ୍କୁ ହତ୍ୟା କରିଛି।

ବିକ୍ରମ ସିଂହ ଦିଲ୍ଳୀର ଗ୍ରେଟର କୈଳାଶ ଥାନରେ କନଷ୍ଟେବଲ୍‌ ଅଛି।  ରବିବାର କୃଷ୍ଣାନଗରରେ ଘଟିଥିବା ଏହି ଘଟଣା ପରେ ପୋଲିସ ପହଞ୍ଚିଥିଲା। ସେତେବେଳେକୁ ଏସଆଇ ନନ୍ଦାଲଙ୍କ ମୃତ୍ୟୁ ହୋଇସାରିଥିଲା। ପୋଲିସ ଅନୁସାରେ, ବିକ୍ରମ ବୀରେନ୍ଦ୍ରଙ୍କ ପାଖରୁ ଟଙ୍କା ଋଣ ନେଇଥିଲା ।  ବାରମ୍ବାର କହିବା ପରେ ମଧ୍ୟ ବିକ୍ରମ ଟଙ୍କା ଫେରାଇ ନଥିଲା। ଏଥିରେ ବିରକ୍ତ ହୋଇ ନନ୍ଦାଲ ବିକ୍ରମକୁ ଗାଳି କରିଥିଲେ।

ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ପ୍ରଥମେ ବୀରେନ୍ଦ୍ର ଗୁଳି ଚଳାଇଥିଲା। ଏହା ପ​‌ରେ ବିକ୍ରମ ନିଜ ଭିଣୋଇ ବୀରେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରିଥିଲା। ତାପରେ ଏନେଇ ନିଜ ସ୍ତ୍ରୀଙ୍କୁ ସୂଚନା ଦେଇଥିଲା ଅଭିଯୁକ୍ତ।

ଏନେଇ ତା ସ୍ତ୍ରୀ ଥାନାରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ବିକ୍ରମକୁ ଗିରଫ କରିଛି । ଅଭିଯୁକ୍ତ ପାଖରୁ ପିସ୍ତଲ ଜବତ କରାଯାଇଥିବା ବେଳେ ତା ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି।

   Related Posts