ମୋହନା ଦୁଇ ଭଉଣୀ ହତ୍ୟା ଘଟଣା : ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଭିଣୋଇ ଗିରଫ

Published By : Prameya-News7 Bureau | October 02, 2018 IST

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ ଗାଁରେ ବାଡିକୁଅରୁ ୨ ଭଉଣି ସ୍ବପ୍ନା ଓ କିରଣର ମୃତଦେହ ଉଦ୍ଧାର ଘଟଣାର ଭିନ୍ନମୋଡ ନେଇଛି । ପ୍ରଥମରୁ ଏହା ଆତ୍ମହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି ପୋଲିସ କହିଛି । ଆଜି ଆର.ଉଦୟଗିରି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ଏହି ସୂଚନା ଦେଇଛନ୍ତି । ୨ ଝିଅକୁ ବାପା ପ୍ରମୋଦ ଆଚାରି ଓ ମା ରାଜେଶ୍ବରୀ ବିଷ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାପାଇଁ ନିଜଘର ବାଡିରେ ଥିବା କୂଅରେ ପକାଇଦେଇଥିଲେ । ଆଜି ପୋଲିସ୍ ଭିଣୋଇ ଗଣେଶ ସାହୁଙ୍କୁ ଗିରଫ କରିଛି। ଶନିବାର ସକାଳେ  ପୁଲିସ ଘଟଣା ସ୍ଥଳରେ ପହଂତି କୁଅରୁ ମୃତଦେହ ଘଟଣାର ଛାନଭିନ କରୁଥିଲା । ଅନ୍ୟପଟେ ପ୍ରମୋଦ ତାଙ୍କ ଝିଅ ସ୍ବପ୍ନାର ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ୨ ଝିଅ କୁଅରେ ଡେଇଁ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ । ସ୍ବପ୍ନାର ବିବାହ ଭୂବନେଶ୍ବରରେ ଠିକ ହୋଇଥିବାବେଳେ ନିର୍ବନ୍ଧ ମଧ୍ୟ ସରିଥିଲା । ତେବେ ତାଙ୍କ ଗାଁରେ ରହୁଥିବା ଜ୍ବାଇଁ ଗଣେଶ ଓ ଝିଅ ପ୍ରିୟା ଭାବି ଜ୍ବାଇଁଙ୍କ ପାଖକୁ ସ୍ବପ୍ନାର ଅଶ୍ଳିଳ ଫଟୋ ସୋସିଆଲ ମିଡିଆରେ ପଠାଇବା ସହ ସ୍ବପ୍ନାର ଚରିତ୍ର ଠିକ ନୁହେଁ ବୋଲି ଗଣେଶ ଫୋନରେ କହିଥିଲେ । ଏସଂପର୍କରେ ଭାବି ଜ୍ବାଇଁ ପ୍ରମୋଦଙ୍କୁ ଜଣାଇଥିଲେ । ବିବାହ ପ୍ରସ୍ତାବରେ ଆଉ ରାଜି ନଥିବା ମଧ୍ୟ କହିଥିଲେ । ଏହାପରେ ବାପା ଓ ମା ଭାଙ୍ଗିପଡିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ବାପା , ମା ୨ ଟି ଗ୍ଲାସରେ ବିଷ ଆଣି ୨ ଝିଅ ସ୍ବପ୍ନା ଓ କିରଣକୁ ପାଖରେ ବସାଇ ଏହା ତମେ ପିଇବ ନା ଆମେ ପିଇବୁ କହିଥିଲେ । ତେବେ ୨ ଝିଅ ବିଷପିଇଥିଲେ ବୋଲି ସ୍ବିକାର କରିଛନ୍ତି ବାପା , ମା । କିଛି ସମୟ ପରେ ବେହୋସ ଅବସ୍ଥାରେ ୨ ଝିଅକୁ କୂଅରେ ପକାଇ ଦେଇଥିଲେ ବାପା , ମା । ହତ୍ୟାକାରୀ ବାପା ଓ ମାଙ୍କୁ ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଜି ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଭିଣୋଇ ଗଣେଶ ସାହୁଙ୍କୁ ପୋଲିସ୍ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.