Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଟ୍ରେନ୍ ଆଗକୁ ଡେଇଁ ଦିଅର ଭାଉଜ ଏକା ସାଂଗରେ କଲେ ଆତ୍ମହତ୍ୟା

15/04/2019 at 2:03 PM

କୈାଶାମ୍ବୀ ୧୫/୪: ଦିଲ୍ଲୀ-ହାଓଡ଼ା ମୁଖ୍ୟ ରେଳ ମାର୍ଗରେ ରବିବାର ଦ୍ବିପ୍ରହରରେ ଦିଅର-ଭାଉଜ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏଥିପାଇଁ ଦୁହେଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ବିଦନପୁର ପାଖରେ କୋଖରାଜ କୋଟଓ୍ବାଲି ଅଞ୍ଚଳର ନିଧିୟାଓ୍ବା ଗାଁର ଅରୁଣ କୁମାରଙ୍କ ପୁଅ ରଜ୍ଜୁ ପାଲ(୨୦) କାନପୁରର ଏକ ମିଠା ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ଦୁଇ ଦିନ ତଳେ କାନପୁରରୁ ଘରକୁ ଆସିଥିଲେ। ରବିବାର ଦ୍ବିପ୍ରହରରେ ପାଖାପାଖି ୧ଟାବେଳେ ସେ ଦାଦାପୁଅ ଭାଇ ସୁଙ୍ଗୀଲାଲଙ୍କ ସ୍ତ୍ରୀ ସନ୍ନୋ ଦେବୀ(୩୫)ଙ୍କ ସହ ବିଦନପୁର ରେଲଓ୍ବେ ଷ୍ଟେସନ ପାଖରେ ପହଞ୍ଚିଥିଲେ। କିଛି ସମୟ ପରେ ଦୁହେଁ ରେଲଓ୍ବେ ଟ୍ରାକ୍ ପାଖରେ ପହଞ୍ଚି କାନପୁରରୁ ପ୍ରୟାଗରାଜ ଆଡ଼କୁ ଯାଉଥିବା ଟ୍ରେନ୍ ଆଗକୁ ଡେଇଁଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ପାଇ ପୋଲିସ୍ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚିଯାଇଥିଲେ। ପରିବାର ଲୋକଙ୍କୁ ପଚରାଉଚୁରା କରିବା ପରେ ଉଭୟଙ୍କ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦିଆଯାଇଥିଲା।    

   Related Posts