ପୋଇ ଗଛକୁ ନେଇ ତୁମୂଳକାଣ୍ଡ, ସାନ ଭାଇକୁ ହତ୍ୟାକଲା ବଡ ଭାଇ

Published By : Prameya-News7 Bureau | July 02, 2021 IST

ପଟ୍ଟାମୁଣ୍ଡାଇ ୨।୭: ପୋଇ ଗଛ ପାଇଁ ସାନ ଭାଇକୁ ମାରିଦେଲା ବଡ ଭାଇ ।  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସୋବଳା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । 

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସୋବଳା ଗାଁ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୋଇ ଗଛକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା ।  ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ, ସାନ ଭାଇକୁ ଆକ୍ରମଣ କରିଥିଲେ ବଡ ଭାଇ । ଫଳରେ ସାନ ଭାଇଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ରାଜେନ୍ଦ୍ର ସାମଲ ।

ଗୁରୁତର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରିଥିଲେ ।  ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ତେବେ କଟକ ବଡ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।  ଅଭିଯୁକ୍ତ ବଡ ଭାଇ ଫେରାର ହୋଇଯାଇଛନ୍ତି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.