ରଙ୍ଗମଞ୍ଚରୁ ସତ ଅଭିନୟ, ଭଉଣୀର ରକ୍ଷା ପାଇଁ ସୋନୁରୁ ସୋନିଆ ସାଜିଲା ଭାଇ

Published By : Prameya-News7 Bureau | June 23, 2021 IST

ଇନ୍ଦୋର ୨୩/୬: ଥିଏଟର ଅଭିନୟରୁ ସତ ଅଭିନୟ। ଭଉଣୀର ରକ୍ଷା ପାଇଁ ସୋନୁ ପାଲଟିଲା ସୋନିଆ। ରାକ୍ଷି ବାନ୍ଧିବା ବେଳେ ଭଉଣୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ରକ୍ଷା କରିବାକୁ ଯାଇ ଝିଅ ବେଶ ହେବାକୁ ବି ପଛାଇଲା ନାହିଁ ଭାଇ। ଗାଁ ରଙ୍ଗମଞ୍ଚରେ ଝିଅ ବେଶରେ ଅଭିନୟ କରୁଥିବା ସୋନୁ ଥରେ ମେକଅପ୍‌ ନେବା ପରେ ସେ ପୁଅ କି ଝିଅ ଚିହ୍ନିବା କଷ୍ଟ। ବାସ ଏହାର ସୁଯୋଗ ନେଇ ଭଉଣୀକୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିକୁ ପାନେ ଦେବାକୁ ଭାବିଥିଲା ସୋନୁ।

ଏନେଇ ଉପାୟ ପାଞ୍ଚିବା ସହ ଗୋଟିଏ ରାତିରେ ଭଉଣୀର ଦୁର୍ବ୍ୟବହାରକାରୀ ମିଥୁଲାଲ ଭିଲ୍‌କୁ କଲ କରି ଡାକିଥିଲା ସୋନୁ। ପୂର୍ବରୁ ସୋନିଆ ସାଜି ପ୍ରସ୍ତୁତ ଥିବା ସୋନୁ ମିଥୁଲାଲକୁ ଲଙ୍ଗ ଡ୍ରାଇଭ୍‌ରେ ଯିବାକୁ କହିଥିଲା। ଏତେ ରାତିରେ ଜଣେ ଝିଅ ସହ ଯିବାକୁ ମିଥୁଲାଲ ଖୁସିରେ ଗଦଗଦ ହୋଇଯାଇଥିଲା। ପରେ ଦୁହେଁ ବାଇକ୍‌ରେ ବୁଲି ଯାଇଥିଲେ। ପରେ ଦୁହେଁ ମିଶି ମଦ୍ୟପାନ କରିଥିଲେ। ମିଥୁ ଗାଡ଼ି ଚଳାଇପାରି ନଥିଲା। ରାତି ଅନେକ ହୋଇଯାଇଥିବାରୁ ସେମାନେ ଫେରିବାକୁ ବାଟ ମଧ୍ୟ ଭୁଲିଯାଇଥିଲେ।

ସେମାନଙ୍କୁ ଚାଭନ୍ଦିଆ ଗାଁ ଲୋକେ ଦେଖିଥିଲେ। ସେମା​ନେ ପୋଲିସକୁ ଫୋନ୍‌ କରି ଏତେ ରାତିରେ ପୁଅ ଝିଅ ବାଇକ୍‌ରେ ଯାଉଥିବା ଏବଂ ମଦ୍ୟପାନ କରିଥିବା ନେଇ କହିଥିଲେ। ଏହା ସହ ଗାଁ ଲୋକେ ସୋନିଆଙ୍କୁ କାବୁ କରଥିଲେ ସୁଦ୍ଧା ମିଥୁଲାଲ ଧରାପଡ଼ି ନଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସୋନିଆଙ୍କୁ ଥାନାକୁ ଆଣିବା ସହ ପଚରା ଉଚରା କରିଥିଲେ ।

ପରେ ସେ ଝିଅ ନୁହେଁ ପୁଅ ବୋଲି କହିଥିଲା ସୋନିଆ। ଏହା ସହ ଭଉଣୀକୁ ଦୁର୍ବ୍ୟବହାରର ପ୍ରତିଶୋଧ ନେବାକୁ ମିଥୁଲାଲ ସହ ନାଟକ କରିଥିବା କହିଥିଲା। ତେବେ ସୋନୁ ଏବଂ ମିଥୁଲାଲ ମଧ୍ୟପ୍ରଦେଶର ନାୟା ଜିଲ୍ଲାର ବାସିନ୍ଦା।  ଏହା ପରେ ବୁଦାମୂଳେ ଲୁଚିଥିବା ମିଥୁଲାଲକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.