ଲଜ୍ଜା : ଭାଇ କଲା ଏମିତି କାମ ଯେ ଭଉଣୀକୁ ଛାଡ଼ିବାକୁ ପଡ଼ିଲା ଘର

Published By : Prameya-News7 Bureau | December 17, 2018 IST

ଲୁଧିଆନା ୧୭/୧୨ : ମଣିଷବେଳେବେଳେ ହିତାହିତ ଜ୍ଞାନ ଭୁଲି ଏଭଳି କିଛି କାମକରେ ଯାହା କହିବାକୁ ଲାଜ, ଶୁଣିବାକୁ ବି ଲାଜ ।ଏମିତିକିଛି ଅପରାଧ ଅଛି ଯାହା ଫାଶୀ ଖୁଣ୍ଟରେ ଅପରାଧୀକୁ ଝୁଲାଇଦେଲେ ବି ଆହୁରି କମ ପଡ଼ିବ ଦଣ୍ଡ । ସେମିତିଗୋଟିଏ ଘଟଣା ଘଟିଛି ଲୁଧିଆନାର ସହରର ଏକ କଲୋନୀରେ । ନିଜର ୧୨ ବର୍ଷର ନାବାଳିକା ଭଉଣୀ ସହ ଦୁଷ୍କର୍ମକରିଛି ଭାଇ । ପରିସ୍ଥିତି ଏତେ ଜଟିଳ ହୋଇଛି ଯେ, ବାଧ୍ୟ ହୋଇ ଭଉଣୀ ଛାଡ଼ିଛି ଘର । ଶେଷରେ ନାରୀ ନିକେତନରେନେଇଛି ଆଶ୍ରୟ । ଅପରାଧିକୁ ଧରିବାକୁ ଯୋଜନା  ପ୍ରସ୍ତୁତି କରିଛି ପୋଲିସ ।

{"id":64742,"width":588,"height":391}

                          ଆସନ୍ତୁ ଘଟଣା ସଂପର୍କରେ ଜାଣିବା; ଲୁଧିଆନା ସହରର ଏକ କଲୋନୀରେ ପୀଡ଼ିତା ନିଜ ବାପା ଓ ଭାଇଙ୍କ ସହ ରହେ । ଭାଇ ଅନେକ ସମୟରେ ପାପ ଦୃଷ୍ଟିରେଦେଖୁଥିଲେ ସୁଦ୍ଧା ଭଉଣୀ ଏସବୁ କଥାକୁ ଗୁରୁତ୍ଵ ଦିଏନି । ସେଦିନ କିନ୍ତୁ ଭଉଣୀ କିଛି ବୁଝିବା ପୂର୍ବରୁଭାଇ ଜବରଦସ୍ତ ଭାବେ ଦୁଷ୍କର୍ମ କରିଥିଲା ।  ଏ ବାବଦରେ ପୀଡ଼ିତା ଜଣକ ତାଙ୍କ ବାପାଙ୍କୁ ଜଣାଇଥିଲେ ମଧ୍ୟ ସେକିଛି ବୁଝି ନ ଥିଲେ । ସେପଟେ ଭାଇ ମଧ୍ୟ ବାରମ୍ବାର ଦୁଷ୍କର୍ମ କରିବାର ଉଦ୍ୟମ କରୁଥିବାରୁ ଘର ଛାଡ଼ିବାକଥା ପୀଡ଼ିତା କହିଛନ୍ତି ।

{"id":64743,"width":587,"height":352}

ଦିନେ ପରିସ୍ଥିତି ଅସମ୍ଭାଳହେବା କାରଣରୁ ଲୁଧିଆନାରୁ ଟ୍ରେନରେ ବସି ପୁରୁଣା ଦିଲ୍ଲୀ ପଳେଇଆସିଥିଲେ ପିଡୀତା । ଜଣେ ମହିଳାଙ୍କସାହାର୍ଯ୍ୟରେ ନାରୀ ନିକେତନରେ ପହଂଚିଥିଲେ । ନାରୀ ନିକେତନର ବରିଷ୍ଠ ସଭ୍ୟା ଏବାବଦରେ ପୀଡ଼ିତାଙ୍କଠାରୁ ସବୁ ଶୁଣିଲା ପରେ ପୋଲିସରେ ଜଣାଇଥିଲେ । ପୋଲିସ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.