ପାରିବାରିକ କଳହକୁ କେନ୍ଦ୍ରକରି ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ମୃତ

Published By : Prameya-News7 Bureau | April 19, 2019 IST

କୁଚିଣ୍ଡା ୧୯|୪: କୁଚିଣ୍ଡାରେ ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇର ମୄତ୍ୟୁ ହୋଇଛି । ଆକ୍ରମଣରେ ସାନ ଭାଇର ପତ୍ନୀ ମଧ୍ୟ ଗୁରୁତର ହୋଇଛନ୍ତି । ମହୁଲପାଲି ଥାନା କୁର୍ମୀମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":104927}

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘରଡିହ ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବଡ ଭାଇ ଉତକ୍ଷୀପ୍ତ ହୋଇ ସାନ ଭାଇକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ସାନ ଭାଇ ପ୍ରଦୀପ ବାଘଙ୍କ ମୃତ୍ୟୁ ହୋଇଛି । ସାନ ଭାଇର ସ୍ତ୍ରୀ ମଧ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବଡଭାଇ ସର୍ଦାର ବାଘକୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.