ପ୍ରେମିକକୁ ପିଟିଲା ପ୍ରେମିକାର ଭାଇ .....

Published By : Prameya-News7 Bureau | December 03, 2020 IST

ରାୟପୁର ୩/୧୨: ଛତିଶଗଡ଼ର ବିଳାସପୁରରେ ନିଜ ପ୍ରେମିକାଙ୍କ ସହ ବୁଲିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତାରେ ଯୁବତୀଙ୍କ ଭାଇ ତାଙ୍କୁ ଦେଖି ନେବାରୁ ମଝି ରାସ୍ତାରେ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଏହା ସହିତ,ପୁଣି ଥରେ ଏପରି ହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ବର୍ତ୍ତମାନ,ଏହି ମାମଲାର ସୂଚନା ପୋଲିସକୁ ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ,ମୋହଦାର ରତନପୁର ବାସିନ୍ଦା ମହେନ୍ଦ୍ର ସାହୁ ଜଣେ ଡ୍ରାଇଭର ଏବଂ ତାଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଡିସେମ୍ବର ୨ତାରିଖରେ ମହେନ୍ଦ୍ର ନିଜ ପ୍ରେମିକାଙ୍କୁ ବୁଲି ଯିବାକୁ କହିବାରୁ ସେ ରାଜି ହୋଇଯାଇଥିଲେ। ସେମାନେ ରତନପୁର ବୁଲି ଯିବାକୁ ଯୋଜନା କରିଥିଲେ। ମହେନ୍ଦ୍ର ନିଜ ବନ୍ଧୁଙ୍କ ସହ ଯୁବତୀଙ୍କୁ ଆଣିବାକୁ ଅମନେ ମୋଡ଼କୁ ପହଞ୍ଚିଥିଲେ ଏବଂ ଯୁବତୀଙ୍କୁ ମଧ୍ୟ ସ୍କୁଟିରେ ବସାଇଥିଲେ।

ଏହା ପରେ ମହେନ୍ଦ୍ର ଅନ୍ୟ ୨ଜଣ ବନ୍ଧୁଙ୍କ ସହ ମହାମାୟା ମନ୍ଦିର ଦର୍ଶନ କରିବାକୁ ଚାଲି ଯାଇଥିଲେ। ମହେନ୍ଦ୍ର ଅନେକ ସମୟ ଯାଏଁ ନିଜ ପ୍ରେମିକାଙ୍କ ସହ ବୁଲିଥିଲେ। ଯେତେବେଳେ ମହେନ୍ଦ୍ର ତାଙ୍କ ପ୍ରେମିକାଙ୍କୁ ଛାଡ଼ିବାକୁ ଯାଉଥିଲେ ସେତେବେଳେ ଯୁବତୀଙ୍କ ଭାଇ ତାଙ୍କୁ ଦେଖି ଦେଖି ଦେଇଥିଲେ।

ଯୁବତୀଙ୍କ ଭାଇ ସୁଭାଷ ଯାଦବ ନିଜ ବନ୍ଧୁ ଛୋଟୁଙ୍କ ସହ ମିଶି ମହେନ୍ଦ୍ରଙ୍କୁ ରାସ୍ତାରେ ରୋକିଥିଲେ। ଏହା ସହ ସୁଭାଷ ନିଜ ବାକି ବନ୍ଧୁଙ୍କୁ ମଧ୍ୟ ସେଠାକୁ ଡକାଇଥିଲେ। ସୁଭାଷ ତାଙ୍କ ଭଉଣୀଙ୍କ ପ୍ରେମିକକୁ ବେଲ୍ଟ,ବାଡ଼ିରେ ପିଟିବା ସହ ଗୋଇଠା-ବିଧା ମାରିଥିଲେ। ମହେନ୍ଦ୍ରଙ୍କ ଗଳା,ମୁହଁ ଏବଂ ଅଣ୍ଟାରେ ଅନେକ ଆଘାତ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.