ଧାର୍ ଟଙ୍କା ମାଗିବାରୁ ଭଉଣୀର ଗୋଡ ଭାଙ୍ଗିଦେଲା ଭାଇ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
7/08/2020 at 3:11 PM

ନୀଳଗିରି,୦୭|୦୮: ଧାର୍ ନେଇଥିବା ଟଙ୍କା ମାଗିବାରୁ ଭଉଣୀକୁ ଆକ୍ରମଣ କଲା ଭାଇ । ଦାଦା ପୁଅ ଭାଇର ମରଣାନ୍ତକ ଆକ୍ରମଣରେ ଆହତ ହୋଇଛନ୍ତି ଭଉଣୀ । ଏପରି ଅଭାବନୀୟ ଘଟଣା ଘଟଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ବଡ଼ଗାଁରେ ।
ସୂଚନାନୁସାରେ, ଗ୍ରାମର ବିଦ୍ୟାଧର ଦାସଙ୍କ ସ୍ତ୍ରୀ ଅନୁପମା (୨୩) ଏବେ ମାନଗଡ଼ ଅଂଚଳରେ ରହୁଛନ୍ତି।ଅନୁପମାଙ୍କ ଠାରୁ ତାଙ୍କ କକା ଶ୍ୟାମସୁନ୍ଦରପୁର ଅଞ୍ଚଳର ନରେନ୍ଦ୍ର ସେଠୀ ଦୋକାନ କରିବାକୁ କହି ୨୦୧୯ ମସିହାରେ ୫୦ ହଜାର ଟଙ୍କା ଧାର ନେଇଥିଲେ । ଏହି ଟଙ୍କା ସେ ଦୁଇମାସରେ ଫେରାଇ ଦେବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ନରେନ୍ଦ୍ର ଆଉ ଧରାଛୁଆଁ ଦେଉନଥିଲେ । ଏପଟେ କିନ୍ତୁ ଅନୁପମା ବାରମ୍ବାର ମାଗିଚାଲିଥିଲେ।
ଶୁକ୍ରବାର ପୁଣି ଅନୁପମା ଟଙ୍କା ମାଗିବାରୁ ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଭାଗ୍ୟବତୀ ପୁଅ ଜୟନ୍ତ ମିଳିତ ଭାବେ ତାଙ୍କୁ ଗାଳିଗୁଲଜ କରିଥିଲେ ।ପ୍ରତିବାଦ କରିବାରୁ ଅନୁପମାଙ୍କୁ ଆକ୍ରମଣ କରାଯାଇଥିଲା । ଏପରିକି ତାଙ୍କୁ ଇଟାରେ ତାଙ୍କ ଦାଦା ପୁଅ ଭାଇ ଜୟନ୍ତ ଛେଚି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅନୁପମା ଚିତ୍କାର କରିବାରୁ ତାଙ୍କ ଭାଇ ସନ୍ତୋଷ ଉଦ୍ଧାର କରିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା କୁହାଯାଇଛି।ଗୁରୁତର ଭାବେ ଅନୁପମା ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ସେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରିଥିବା ଜଣାପଡ଼ିଛି।