Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାଇର ଚାପୁଡା ମାଡରେ ଭଉଣୀ ମୃତ, ଭାଇକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

19/04/2019 at 9:22 AM

ନୂଆପଡା ୧୯|୪:  ନୂଆପଡା ଖଡିଆଳ ଥାନା ନେହେନା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି  । ଭାଇର ଚାପୁଡା ମାଡରେ ଭଉଣୀର ମୃତ୍ୟୁ ହୋଇଛି । ଭଉଣୀ ଅଙ୍କିତା ଦଣ୍ଡସେନା ଭାଇ ମୁଚୁକୁନ୍ଦୁ ଦଣ୍ଡସେନା ଆଗରେ ରାମନବମୀ ମେଳା ଦେଖାଇ ନେବା ପାଇଁ କହିଥିବା ବେଳେ ମନା କରିଥିଲା ମୁଚୁକୁନ୍ଦୁ । ତେବେ ପରେ ଭଉଣୀ ଅଧିକ ଜିଦି କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଚାପୁଡା ମାରିଥିଲା । ତେବେ ଦୁର୍ଭାଗ୍ୟଜନକ ଭାବେ ଭଉଣୀ ଅଙ୍କିତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଭୟରେ ଘଟଣାକୁ ପରିବାରଲୋକ ଲୁଚାଇଦେଇ କେହି କିଛି ଜାଣିବା ପୂର୍ବରୁ ନିକଟସ୍ଥ ସୁନ୍ଦର ନଦୀ କୂଳକୁ ନେଇ ତରବରିଆ ସବ ସଂସ୍କାର କରି ଦେଇଥିଲେ ।  ତେବେ କୌଣସି ସୂତ୍ରରୁ ଖଡ଼ିଆଳ ପୋଲିସ ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହାଡ ପାଉଁଶ ଜବତ କରିଥିଲା । ଏହାସହ ମୁଖ୍ୟ ଅଭିଯୁକ୍ତ ମୁଚୁକୁନ୍ଦୁ ଦଣ୍ଡସେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ବାପା ଦୁର୍ବାରଞ୍ଜନ ଦଣ୍ଡସେନା ସହ ପରିବାରର ୪ ଜଣକୁ ଅଟକ ରଖି ଅଧିକ ପଚରାଉଚରା ଚଲାଇଥିବା ଖଡିଆଳ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରି ସୂଚନା ଦେଇଛନ୍ତି ।

   Related Posts