ନାବାଳିକା ଭଉଣୀକୁ ଏକ ତରଫା ପ୍ରେମ କରି ବନ୍ଧା ହେଲା ବଡ଼ ବାପାଙ୍କ ପୁଅ ଭାଇ: ବାହା ହେବାକୁ କରୁଥିଲା ଜିିଦ୍‌

Published By : Prameya-News7 Bureau | November 18, 2020 IST

ପାଟଣା୧୮/୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ନାବାଳିକା ଭଉଣୀକୁ ପ୍ରେମ କରି ଭାଇ ଗିରଫ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ସିଲିପଦା ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ମୁତାବକ, ୧୬ ବର୍ଷୀୟା ନାବାଳିକାଙ୍କୁ ନିଜ ବଡ ବାପା ପୁଅ ଭାଇ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଥିଲେ।

ଭଉଣୀ ଫଟୋକୁ ନିଜ ଫଟୋ ସହ ଯୋଡି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ଅଭିଯୁକ୍ତ ସୁନୀଲ ମହାନ୍ତକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପାଟଣାା ଥାନା ଅଧିକାରୀ ସୋମନାଥ ଜେନା ଏ ସଂପର୍କରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.