Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ପ୍ରକୃତରେ ଭାଇ ଭଉଣୀ ହେଉଛନ୍ତି ଏହି ୧୦ ଜଣ ବଲିଉଡ ଷ୍ଟାର

30/07/2019 at 2:55 PM

ମୁମ୍ବାଇ୩୦|୭: ଅଧିକାଂଶ ସମୟରେ ବଲିଉଡରେ ପ୍ରେମିକ-ପ୍ରେମିକା ଓ ସ୍ବାମୀ-ସ୍ତ୍ରୀଙ୍କ ଚର୍ଚ୍ଚା ହେଉଥାଏ। କିନ୍ତୁ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସମ୍ପର୍କରେ ପରସ୍ପର ଦୂର ସଂପର୍କୀୟ  ଭାଇ-ଭଉଣୀ । ଏହି ଭାଇ ଭଉଣୀଙ୍କ ବିଷୟରେ ଅନେକ ଦର୍ଶକ ଜାଣିନଥିବେ।

ମୋନିଶ ବହଲ ଓ କାଜୋଲ

ମୋନିଶ ବହଲ୍‌ ଓ କାଜୋଲଙ୍କ ଭାଇ ଭଉଣୀର ସଂପର୍କ ଅନେକ ଲୋକ ଜାଣିନାହାନ୍ତି। ମୋନିଶଙ୍କ ମାଆ ନୂତନ ଓ କାଜୋଲଙ୍କ ମାଆ ତନୁଜା ପ୍ରକୃତରେ ଭଉଣୀ। ତେଣୁ କାଜୋଲ ମୋନିଶଙ୍କର ନିଜ ମାଉସୀ ଝିଅ ଭଉଣୀ।

ଇମ୍ରାନ ହାଶ୍ମୀ ଓ ଆଲିୟା ଭଟ୍ଟ

ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ଇମ୍ରାନ ହାଶ୍ମୀ ରିୟଲ ଲାଇଫରେ ଭାଇ ଭଉଣୀ ଅଟନ୍ତି। ଆଲିୟା ଭଟ୍ଟଙ୍କ ବାପା ମହେଶ ଭଟ୍ଟ ଇମ୍ରାନ ହାଶ୍ମୀଙ୍କ ମାମୁ। ଏହି ସଂପର୍କ ଅନୁସାରେ ଆଲିୟା ହେଉଛନ୍ତି ଇମ୍ରାନଙ୍କ ମାମୁ ଝିଅ ଭଉଣୀ।  

ରଣବୀର ସିଂହ ଓ ସୋନମ୍‌ କପୁର

ଅଭିନେତ୍ରୀ ସୋନମ କପୁର ଓ ଗଲି ବଏ ରଣବୀର ସିଂହ ହେଉଛନ୍ତି ଭାଇ ଭଉଣୀ। ରଣବୀରଙ୍କ ଜେଜେ ମାଆ ଓ ସୋନମ୍‌ଙ୍କ ଆଇ ନିଜ ଭଉଣୀ।   

ଅର୍ଜୁନ କପୁର ଓ କ୍ୟାଟ୍ରିନା କୈଫ

ସୂଚନାଯୋଗ୍ୟ ଯେ, ବଲିଉଡରେ ପାଦ ଦେବା ପରେ କ୍ୟାଟ୍ରିନା ଅର୍ଜୁନଙ୍କୁ ନିଜ ଭାଇ ବୋଲି ମାନନ୍ତି। ତେଣୁ ଅର୍ଜ୍ଝୁନ ହେଉଛନ୍ତି କାଟ୍ରିନାଙ୍କ ଧରମଭାଇ

ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ସନୁ ସୁଦ୍‌

ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ସନୁ ସୁଦ୍‌ଙ୍କୁ ନିଜ ଭାଇ ବୋଲି ମାନନ୍ତି। ଯୋଧା ଅକ୍‌ବର ଫିଲ୍ମ ପରେ ସନୁ ସୁଦ୍‌ ଓ ଐଶ୍ବର୍ଯ୍ୟାଙ୍କ ସଂପର୍କ ନିବିଢ ହୋଇଥିଲା ଓ ଉଭୟଙ୍କ ମଧ୍ୟରେ ଭାଇ ଭଉଣୀ ଭଳି ଭଲ ପାଇବା ବଢିଥିଲା।

   Related Posts