Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

କଥା ରଖିଲା ଭାଇ : ଛାଡିଲା ନକ୍ସଲ ସଙ୍ଗଠନ, ପିନ୍ଧିଲା ଭଉଣୀର ରାକ୍ଷୀ

3/08/2020 at 8:26 AM

ରାୟପୁର ୦୩।୦୮: ଭାଇଭଉଣୀଙ୍କର ପବିତ୍ର ଅନାବିଳ ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ତାର ସୁରକ୍ଷା ଲୋଡେ ଏବଂ ଭାଇ ମଧ୍ୟ ତାକୁ ପୂର୍ଣ୍ଣ ସୁରକ୍ଷା ଦେବାର କଥା ଦିଏ । ତେବେ ଏଭଳି ଏକ ପବିତ୍ର ଦିବସରେ ଭଉଣୀର କଥା ରଖି ଭାଇ ନକ୍ସଲ ସଙ୍ଗଠନ ଛାଡିବା ଘଟଣା ଭାଇଭଉଣୀର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଛତିଶଗଡର ନକ୍ସଲ ଉପଦ୍ରୁତ ଦାନ୍ତେୱାଡାରେ ଦେଖିବାକୁ ମିଳିଛି ଏହି ଘଟଣା ।

ପ୍ରାୟ ୧୨ ବର୍ଷ ତଳର ଘଟଣା। ସେତେବେଳେ ମାତ୍ର ୧୦ ବର୍ଷ ବୟସର ହୋଇଥିବା ଦାନ୍ତେୱାଡା ଅଞ୍ଚଳର ଏକ ଅଖ୍ୟାତ ଗ୍ରାମର ମଲ୍ଲା ତମୋ ବିଜାପୁରର ଡୋଡି ତୁମନାର ଗ୍ରାମରେ ରହୁଥିବା ନିଜ କକାଙ୍କ ପାଖକୁ ବୁଲିବାକୁ ଯାଇଥିଲେ । କିନ୍ତୁ ସେହି ଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । କକା ତାଙ୍କୁ ନିଜ ସାଥୀରେ ସବୁଦିନ ପାଇଁ ନେଇଯାଇଥିଲେ । କକା ନକ୍ସଲ ସଙ୍ଗଠନର ଜଣେ ବଡ ନେତା ହୋଇଥିବାରୁ ସେ ପୁତୁରା (ମଲ୍ଲା)କୁ ନିଜ ପାଖରେ ରଖିଲେ । ଘଞ୍ଚ ଜଙ୍ଗଲ ଭିତରେ ରହି ମଲ୍ଲା ନକ୍ସଲଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ । କକା ମଧ୍ୟ ନକ୍ସଲ ସଙ୍ଗଠନର ବିଚାରାଧାରା ଓ ଆଦର୍ଶକୁ ମଲ୍ଲାଙ୍କ ମୁଣ୍ଡରେ ଭର୍ତ୍ତି କରିଥିଲେ । ଜଙ୍ଗଲ ଭିତରେ ରହି ମଲ୍ଲା ଧିରେ ଧିରେ ବଡ ହେଲା ଏବଂ ଅସ୍ତ୍ରଶସ୍ତ୍ର ତାଲିମ୍‌ ନେଇ ଶେଷରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲରେ ପରିଣତ ହେଲା । ନକ୍ସଲ ସଙ୍ଗଠନର ପ୍ଲାଟୁନ ୧୩ରେ ସେ କାର୍ଯ୍ୟ କରୁଥିଲା । ପରବର୍ତ୍ତୀ ସମୟରେ ସେ ସେହି ପ୍ଲାଟୁନର ଡେପୁଟି କମାଣ୍ଡର ହୋଇଗଲା । ତେଣେ ଘରେ ରହିଯାଇଥିଲା ଭଉଣୀ ଲିଙ୍ଗେ। ଅବଶ୍ୟ ପ୍ରତିବର୍ଷ ରକ୍ଷାବନ୍ଧନରେ ମଲ୍ଲା ଘରକୁ ଆସିଥାନ୍ତି ଏବଂ ଭଉଣୀ ହାତରୁ ରାଖୀ ବାନ୍ଧିଥାନ୍ତି ।

କିନ୍ତୁ ଆଜି ଘରକୁ ଆସିଥିଲା ବେଳେ ଭଉଣୀ ସର୍ତ୍ତ ରଖିଥିଲେ । କହିଥିଲେ ରାଖୀ ସେତେବେଳେ ବାନ୍ଧିବି ଯଦି ତୁମେ ନକ୍ସଲ ସଙ୍ଗଠନ ଛାଡି ଆମ ସହିତ ଘରେ ରହିବ । ଭଉଣୀର ଏଭଳି କଥା ଶୁଣିବା ପରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ମଲ୍ଲା। ତେଣୁ ଶେଷରେ ସେ ଭଉଣୀର କଥା ରଖିଲେ । ଲିଙ୍ଗେ ଫୋନ୍‌ରେ ଏସ୍‌ପି ଡକ୍ଟର ଅଭିଷେକ ପଲ୍ଲଭଙ୍କ ସହିତ କଥା ହୋଇ ଭାଇର ଆତ୍ମସମର୍ପଣ ବିଷୟରେ ଜଣାଇଥିଲେ । ଏସ୍‌ପିଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଲିଙ୍ଗେ ଆଜି ପୂର୍ବାହ୍ନରେ ନିଜର ସ୍ୱାମୀ ଓ ଭାଇଙ୍କୁ ସାଥୀରେ ଧରି କରାଲି ପୁଲିସ ଲାଇନରେ ପହଞ୍ଚିଲେ । ସେଠାରେ ଏସ୍‌ପି ଡକ୍ଟର ପଲ୍ଲଭ ଓ ସିଆରପିଏଫ ଡିଆଇଜି ବିନୟ କୁମାର ସିଂହଙ୍କ ଉପସ୍ଥିତିରେ ମଲ୍ଲା ଆତ୍ମସମର୍ପଣ କରିଥିଲେ । ନିଜ ପ୍ରତିକ୍ରିୟରେ ଲିଙ୍ଗେ କହିଛନ୍ତି ରକ୍ଷାବନ୍ଧନରେ ଏହା ତା ପାଇଁ ଭାଇଙ୍କର ସବୁଠାରୁ ବଡ ଉପହାର । ସୂଚନାଯୋଗ୍ୟ ଯେ ମଲ୍ଲା ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

   Related Posts