Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଭାଇ-ଭଉଣୀଙ୍କ ଖୁସି ନେଇଗଲା ଯମ, ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ

3/08/2020 at 5:49 PM

ସୋର ୩।୮: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଠାରୁ ଭାଇକୁ ଛଡ଼ାଇ ନେଲା ଯମ। ଅଧା ରହିଗଲା ଭାଇ-ଭଉଣୀଙ୍କ ରକ୍ଷା ବନ୍ଧନ। ରାକ୍ଷୀର ଖୁସି ରହିଗଲା ଅଧାରେ । ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । ଯେମିତି ସେମାନଙ୍କ ଖୁସିରେ କାହା ନଜର ଲାଗିଗଲା । କେତେ ଖୁସି ହୋଇ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା ଉଭଣୀ । ହେଲେ ସେ ଜାଣିନଥିଲା ତା ଖୁସି କ୍ଷଣିକ ପାଇଁ । ଭାଇ ହାତରେ ରାକ୍ଷୀ ବାନ୍ଧି ଖାଇ ବସିଥିବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗାଁରେ ଘଟିଛି । ବଜ୍ରାଘାତରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ ।

ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ବେହେରା ସେହି ଗ୍ରାମର ନିରଞ୍ଜନ ଦଳେଇଙ୍କର ୧୫ବର୍ଷର ପୁଅ ସୁଶାନ୍ତ ଦଳେଇ ଘରକୁ ସୁଶାନ୍ତକୁ ରାକ୍ଷା ବାନ୍ଧିବାକୁ ଯାଇଥିଲା । ରାକ୍ଷୀ ବାନ୍ଧି ସାରିଲା ପରେ ତାଙ୍କ ପରିବାର ସହ ଏକାଠି ବସି ଖାଉଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ଆଶା ବେହେରା ଓ ସୁଶାନ୍ତ ଦଳେଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ରଙ୍ଗଲତା ପ୍ରଧାନ ଓ ସ୍ବାମୀ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

   Related Posts