ଭାଇ-ଭଉଣୀଙ୍କ ସଲୀଳ ସମାଧି : ଗାଁ ପୋଖରୀରୁ ମିଳିଲା ମୃତଦେହ, ଭଉଣୀର ବୟସ ୭ ଓ ଭାଇର ୩ବର୍ଷ

Published By : Prameya-News7 Bureau | December 21, 2020 IST

ପଟ୍ଟାମୁଣ୍ଡାଇ ୨୧।୧୨: ପୋଖରୀରେ ବୁଡିଗଲେ ଭାଇ-ଭଉଣୀ । ଗାଁ ପୋଖରୀରୁ ଉଦ୍ଧାର ହେଲା ମୃତଦେହ । କେନ୍ଦ୍ରାପଡା ରାଜକନିକା ଡାଆଣୀ ଗିରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଡାଆଣୀ ଗିରି ଗାଁରେ ଭାଇ-ଭଉଣୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ସୋମବାର ସକାଳେ ଗାଁର ବିନୋଦ ବେହେରାଙ୍କ ପୁଅ-ଝିଅ ଘର ବାହାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ନିଖୋଜ ଭାଇ-ଭଉଣୀଙ୍କୁ ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ । ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା ।

ନିଖୋଜ ହେବାର କିଛି ଘଣ୍ଟା ପରେ ଉଭୟଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତ ଭଉଣୀର ବୟସ ୭ ବର୍ଷ ହୋଇଥିବା ବେଳେ ଭାଇର ବୟସ ୩ ବର୍ଷ । ତେବେ ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.