କେନ୍ଦ୍ରାପଡା ୨।୬: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଦୁହିରିଆଠାରେ ଏକ ସଡକ ଦୁର୍ଘଟଣାରେ ଭାଇ-ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ସିସିଟିଭି ଫୁଟେଜରୁ ଦୁର୍ଘଟଣାର ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମର ବିଶିଷ୍ଟ ସାମଲଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ରହୁଥିବା ତାଙ୍କ ପୁଅ ଏକ ସ୍କୁଟି ଯୋଗେ ଆସୁଥିଲେ । ସାଙ୍ଗରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ମଧ୍ୟ ଥିଲେ । ତେବେ ଦୁହିରିଆ ଛକରେ ତାଙ୍କ ସ୍କୁଟିକୁ ଏକ ଗାଡି ଧକ୍କା ଦେଇଥିଲା । ଫଳରେ ଉଭୟ ଭାଇ-ଭଉଣୀ ରାସ୍ତା ଉପରେ ପଡିଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
wp:html/wp:htmlଦେଖନ୍ତୁ ଦୁର୍ଘଟଣାର ଲାଇଭ୍ ଭିଡିଓ....#Odisha #odishanews pic.twitter.com/qd6tO54WxH
— Prameya News7 (@NEWS7Odia) June 2, 2021