ଅଜଣା ଗାଡି ଧକ୍କାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

Published By : Prameya-News7 Bureau | November 16, 2019 IST

ଚଣ୍ଡିଖୋଲ ୧୬।୧୧: ଅଜଣା ଗାଡି ଧକ୍କାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି । ଉଭୟ ବାଇକ୍ ଯୋଗେ ଯାଉଥିବା ବେଳେ କୌଣସି ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବାଇକ୍‌ ଯୋଗେ ଭାଇ-ଭଉଣୀ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା ଥାନା ବାରବାଟୀ ଦୁର୍ଗାପୁର ନିକଟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ମୃତ ଭାଇ-ଭଉଣୀ ହେଲେ ମସୁରପୁର ଗ୍ରାମର ଆଦିତ୍ୟ ମହାନ୍ତି (୩୮) ଓ ସସ୍ମିତା ମହାନ୍ତି (୩୨) । ଭାଇ-ଭଉଣୀ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛରୁ ଅଜଣା ଗାଡି ଧକ୍କା ଦେଇଥିଲା । ସେମାନେ ତଳେ ପଡି ଯିବାରୁ ସେମାନଙ୍କ ଉପରେ ଗାଡି ଚଢିଯାଇଛି । ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.